ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି । ଏବେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ କରୋନା କାଳ ମଧ୍ୟରେ ହ୍ୱାଟ୍ସଆପ୍ ଆଣିଛି ଏକ ଖାସ୍ ଫିଚର । ଯାହାଦ୍ୱାରା ଆପଣ ଫରୱାର୍ଡ ମେସେଜର ବାସ୍ତବତା ବିଷୟରେ ଜାଣିପାରିବେ । ଅନେକ ସମୟରେ କରୋନା ମହାମାରୀକୁ ନେଇ ଫେକ୍ ଖବର ହ୍ୱାଟ୍ସଆପ୍ ରେ ଘୁରି ବୁଲୁଛି । ଏସବୁ ପାଇଁ ଏବେ ଏହି ଖାସ୍ ଫିଚର କାମ କରିବ ।
ହ୍ୱାଟ୍ସଆପ୍ ର ଏହି ଫିଚର ଜରିଆରେ ଅନେକ ଥର ଫରୱାଡ କରାଯାଇଥିବା ମେସେଜ ନିକଟରେ ଦିଆଯାଇଥିବା ମ୍ୟାଗ୍ନିଫାଇଙ୍ଗ ଗ୍ଲାସ ଆଇକନରେ ଟ୍ୟାପ କରି ବ୍ରାଉଜରରେ ପହଁଚିଯିବେ ଯେଉଁଠି ମେସେଜ ଅପଲୋଡ କରାଯାଇଛି । ଏହାପରେ ଆପଣ ୱେବ ରେଜଲ୍ଟ ଜରିଆରେ ମେସେଜର ବାସ୍ତବିକତା ଯାଞ୍ଚ କରିପାରିବେ । ଏହି ମେସେଜ ଫେକ୍ କି ଫେକ୍ ନୁହେଁ ତାହା ଆପଣ ଜାଣି ପାରିବେ ।
ବ୍ଲଗ ଜରିଆରେ ହ୍ୱାଟ୍ସଆପ୍ କହିଛି କି, ଅନେକ ଥର ଫରୱାଡ କରାଯାଇଥିବା ମେସେଜକୁ ସହଜରେ ଚେକ୍ କରିବା ପାଇଁ ଏହି ଫିଚର ଦ୍ୱାରା ୟୁଜର୍ସଙ୍କୁ ସହାୟକ ମିଳିବ । ୟୁଜର୍ସ ଜାଣିପାରିବେ କି ତାଙ୍କ ନିକଟକୁ ଯେଉଁ ମେସେଜ ଆସିଛି ତାହା ଫେକ୍ କି ଫେକ୍ ନୁହେଁ ।
ବର୍ତ୍ତମାନ ଏହି ଫିଚର ବ୍ରାଜିଲ, ଇଟାଲି, ଆୟରଲ୍ୟାଣ୍ଡ, ମେକ୍ସିକୋ, ସ୍ପେନ୍, ୟୁକେ ଏବଂ ଆମେରିକାରେ ଲଞ୍ଚ କରାଯାଇଛି । ବହୁତ ଶୀଘ୍ର ଏହା ଭାରତରେ ଲଞ୍ଚ ହେବ । ଏହି ଫିଚର ଆଇଓଏସ, ଆଣ୍ଡ୍ରଏଡ ସହିତ ହ୍ୱାଟ୍ସଆପ୍ ୱେବ ପାଇଁ ଉପଲବ୍ଧ । ଏଥିପାଇଁ ୟୁଜର୍ସଙ୍କୁ ଆପ୍ ର ଲାଟେଷ୍ଟ ଭର୍ସନ ଡାଉନଲୋଡ କରିବାକୁ ପଡିବ ।