ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଲୋକମାନଙ୍କ କହିବାନୁଯାୟୀ,ଶରୀର ପାଇଁ ଆମିଷ ତୁଳନାରେ ନିରାମିଷ ଖୁବ୍ ଲାଭଦାୟକ ହୋଇଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ ନିରାମିଷ ଖାଉଥିବା ଲୋକ ଅଧିକ ମାତ୍ରାରେ ଡିପ୍ରେସନ(ସ୍ପୃତିହୀନତା)ର ଶିକାର ହୋଇଥାନ୍ତି ।
ଇଣ୍ଟରନ୍ୟାସନାଲ ମେଡିକାଲ ଜେନେରାଲ, ଜେନେରାଲ ଅଫ ଇଫେକ୍ଟିଭ ଡିସଅର୍ଡର ଏହି ଗବେଷଣାକୁ ପ୍ରକାଶ କରିଛନ୍ତି । ଏହି ଗବେଷଣାରେ ୯୬୬୮ ଲୋକ ସାମିଲ ଥିଲେ । ସେଥିରୁ ୩.୬ ପ୍ରତିଶତ ଲୋକ ଡିପ୍ରେସନ(ସ୍ପୃତିହୀନତା) ର ଶିକାର ହୋଇଛନ୍ତି, ଏମାନେ ସଂପୂର୍ଣ୍ଣ ନିରାମିଷ ଭୋଜନ କରୁଥିଲେ । ଏବଂ ଏହି ଗବେଷଣାରେ ଆମିଷ ଖାଉଥିବା ଲୋକଙ୍କ ଠାରେ ୦.୯୬ ପ୍ରତିଶତ ଡିପ୍ରେସନ(ସ୍ପୃତିହୀନତା) ଦେଖା ଦେଇଥିଲା ।
ଡାକ୍ତରଙ୍କ କହିବାନୁଯାୟୀ ନିରାମିଷ ଖାଇବା ଦ୍ୱାରା ଶରୀରରେ ଭିଟାମିନ ବି୧୨ ର ମାତ୍ରା କମ ଥାଏ । କିନ୍ତୁ ଆମିଷ ଖାଉଥିବା ବ୍ୟକ୍ତିଙ୍କ ଠାରେ ଏହାର ମାତ୍ରା ଅଧିକ ଥାଏ । ଏହା ଡିପ୍ରେସନ(ସ୍ପୃତିହୀନତା) ହ୍ରାସ କରିବାରେ ସହାୟକ ହୋଇଥାଏ । ଏହି ଗବେଷଣାରେ ଡାକ୍ତରମାନେ ଏକ ନୂତନ ସିଦ୍ଧାନ୍ତ ଜାଣିବାକୁ ପାଇଛନ୍ତି ।
ଏମ୍ସ ମେଡିକାଲର ଡାକ୍ତରଙ୍କ କହିବାନୁଯାୟୀ, ପ୍ରତ୍ୟେକ ଗବେଷଣାରେ କିଛି ନା କିଛି ନୂତନ ସିଦ୍ଧାନ୍ତ ଜାଣିବାକୁ ମିଳିଥାଏ । ଠିକ୍ ସେହିଭଳି ଏଥରକ ମଧ୍ୟ ଏକ ନୂତନ ସିଦ୍ଧାନ୍ତ ଜାଣିବାକୁ ମିଳିଛି । ହୁଏତ ଆଗକୁ ସମୟ ବଦଳିବା ସହିତ କିଛି କିଛି ନୂତନ ସିଦ୍ଧାନ୍ତ ଜାଣିବାକୁ ମିଳିବ ।