ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଉଗ୍ର ରୂପ ନେଉଛି କରୋନ ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୧୮୩୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 6th August
New Positive Cases: 1833
In Quarantine: 1118
Local Contacts: 715(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 69
3. Bargarh: 8
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) August 7, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୯, ବାଲେଶ୍ୱରର ୬୯, ବରଗଡର ୮,ଭଦ୍ରକର ୫୦,ବଲାଙ୍ଗିରର ୩୭, ବୌଦ୍ଧର ୩୪, କଟକର ୧୨୪, ଢେଙ୍କାନାଳର ୪୩,ଗଜପତିର ୩୫, ଗଞ୍ଜାମର ୨୭୯, ଜଗତସିଂହପୁରର ୧୬, ଯାଜପୁରର ୬୦, ଝାରସୁଗୁଡାର ୩୦, କଳାହାଣ୍ଡିର ୮୪, କନ୍ଧମାଳର ୧୬, କେନ୍ଦ୍ରାପଡାର ୩୪, କେନ୍ଦୁଝରର ୧୬, ଖୋର୍ଦ୍ଧାର ୨୯୮, କୋରାପୁଟର ୪୭, ମାଲକାନାଗିରିର ୩୬,ମୟୁରଭଞ୍ଜର ୩୪, ନବରଙ୍ଗପୁରର ୧୧, ନୟାଗଡର ୬୧, ନୂଆପଡାର ୧,ପୁରୀର ୬୭, ରାୟଗଡାର ୧୫୨, ସମ୍ବଲପୁରର ୩୯, ସୋନପୁର ୩୩ ଏବଂ ସୁନ୍ଦରଗଡର ୧୧୦ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୮୩୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 11
23. Nayagarh: 61
24. Nuapada: 1
25. Puri: 67
26. Rayagada: 152
27. Sambalpur: 39
28. Sonepur: 33
29. Sundargarh: 110New Recoveries: 1150
Cumulative Tested: 616646
Positive: 42550
Recovered: 26887
Active Cases: 15370— I & PR Department, Odisha (@IPR_Odisha) August 7, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦ କୁ ବୃଦ୍ଧି ପାଇଛି । ସେଥିରୁ ୨୬୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୩୭୦ ଜଣ ଚିକିତ୍ସିତ ହେଉଛନ୍ତି ।