ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘ ଚାରିମାସରୁ ଅଧିକ ସମୟ ହେବ ବନ୍ଦ ପଡିଥିବା ଦିଲ୍ଲୀ ମେଟ୍ରୋ ଅଗଷ୍ଟ ୧୫ ପରେ ଚାଲିପାରେ । ମେଟ୍ରୋ ସଂଚାଳନକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ ସଂକେତ ଦେଇଛନ୍ତି । କିଛି ସର୍ତ୍ତାବଳୀ ଅନୁଯାୟୀ ମେଟ୍ରୋ ସଂଚାଳନ ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ସେହିଅନୁଯାୟୀ ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ମେଟ୍ରୋ ରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ ।
ଏନେଇ ହରଦୀପ ସିଂ ପୁରୀ କହିଛନ୍ତି କି, ପ୍ରଥମ ପର୍ଯ୍ୟାୟରେ ଜରୁରୀ ସେବାରେ ଜଡିତ ଥିବା ଲୋକଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦିଆଯିବ । ଯାତ୍ରା ସମୟରେ ସଂକ୍ରମଣକୁ ରୋକିବା ପାଇଁ କଡାକଡି ନିୟମ ପାଳନ କରାଯିବ ।
କୁହାଯାଉଛି କି ସାରା ଦେଶରେ ଏକା ସାଥୀରେ ମେଟ୍ରୋ ସଂଚାଳନ ଆରମ୍ଭ ହୋଇପାରେ । କେବଳ ଦିଲ୍ଲୀ ନୁହେଁ ପୁରା ଦେଶରେ ମେଟ୍ରୋ ପ୍ରାଧିକରଣ କ୍ଷତି ହେଉଛି । ୪ ମାସରୁ ଅଧିକ ସମୟ ହେବ ବନ୍ଦ ପଡିଥିବା ମେଟ୍ରୋକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ମେଟ୍ରୋ ବନ୍ଦ ପାଇଁ ଲୋକଙ୍କ ଯିବା ଆସିବାରେ ଅସୁବିଧାର ହେଉଛି । କିନ୍ତୁ ମେଟ୍ରୋ ସଂଚାଳନ ହେବା ଦ୍ୱାରା ଅନେକ ସମସ୍ୟାର ସମଧାନ ହୋଇପାରେ । ସେଥିପାଇଁ ସରକାର ବହୁତଶୀଘ୍ର ଏହି ମାସ ଅନଲକ୍ ର ଗାଇଡଲାଇନ୍ ଜାରି କରିବେ । ଯେଉଁ ମେଟ୍ରୋ ସଂଚାଳନର ଅନୁମତି ମିଳିବ ବୋଲି ଆଶା କରାଯାଉଛି ।