ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ କୋଭିଡ ସେଣ୍ଟର ଭାବେ ବ୍ୟବହାର କରାଯାଉଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହାସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣାର ଯାଞ୍ଚ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।
ଖବରମୁତାବକ, ବୃଦ୍ଧି ହେଉଥିବା କରୋନା ମାମଲାକୁ ଦେଖି ବିଜୟୱାଡା ସ୍ଥିତ ସ୍ୱର୍ଣ୍ଣ ପ୍ୟାଳେସ ହୋଟେଲକୁ କୋଭିଡ୧୯ ସେଣ୍ଟରରେ ପରିବର୍ତ୍ତନ କରାଯାଇଥିଲା । । ଏହି ହୋଟେଲରେ ୨୨ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିଲା । ସେହି କର୍ମଚାରୀଙ୍କୁ ମିଶାଇ ମୋଟ ୫୦ ଲୋଙ୍କ ଏଠାରେ ଥିଲେ । ନିଆଁ ଲାଗିବା ପରେ ୩୦ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଛି । ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି ।