ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବଡ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ଅନୁଯାୟୀ ସରକାର ୧୦୧ ରୁ ଅଧିକ ଉପକରଣର ଆମଦାନୀ ଉପରେ ରୋକ ଲଗାଇବାର ଘୋଷଣା କରିଛନ୍ତି । ରକ୍ଷା ମନ୍ତ୍ରାଳୟର ପକ୍ଷରୁ ୧୦୧ ଉପକରଣ ର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଏହି ଉପକରଣର ଆମଦାନୀ ଉପରେ ବ୍ୟାନ୍ ଲଗାଯିବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ଲଦାଖରେ ଚୀନ ସହିତ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏନେଇ ରାଜନାଥ ସିଂ କହିଛନ୍ତି କି, ଏହି ୧୦୧ ଟି ଉପକରଣରେ କେବଳ ସରଳ ବସ୍ତୁ ସାମିଲ ନାହିଁ ବରଂ କିଛି ଉଚ୍ଚ ଯାନ୍ତ୍ରିକ ବିଶିଷ୍ଟ ଅସ୍ତ୍ରଶସ୍ତ୍ର ସିଷ୍ଟମ ବି ସାମିଲ ଅଛି । ଯେପରିକି ଆର୍ଟିଲରି ଗନ୍, ଅସଲ୍ଟ ରାଇଫଲ, ଟ୍ରାଂସପୋର୍ଟ ଏୟାରକ୍ରାଫ୍ଟ, ଏଲସିଏଚଏସ, ରଡାର ଏବଂ ଅନ୍ୟ ଉପକରଣ । ଯାହା ଆମ ରକ୍ଷା ସେବାରେ ଆବଶ୍ୟକତା ପୁରଣ କରିବା ପାଇଁ ରହିଛି । ଉପକରଣର ଆମଦାନୀ ଉପରେ ବ୍ୟାନ୍ ୨୦୨୦ ରୁ ୨୦୨୪ ମଧ୍ୟରେ ଧିର ଧିରେ ଲାଗୁ କରିବାର ଯୋଜନା ରହିଛି ।