ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବା ସହ ଭୟଙ୍କର ହେବାରେ ଲାଗିଛି । ଦିନକୁ ଦିନ ବିଶ୍ୱରେ କରୋନାର ସ୍ଥିତି ସଙ୍ଗୀନ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପ୍ରତିଦିନ ବୃଦ୍ଧି ପାଉଛି । କିଛି ଦିନ ତଳେ ଏହି ମହାମାରୀରେ ବଲିଉଡର ବିଭିନ୍ନ କଳାକାର ଆକ୍ରାନ୍ତ ହୋଇଥିବା ବେଳେ ଏବେ ଏହି ମହାମାରୀରେ ଭାରତୀୟ ହକି ଦଳର ଅନେକ ଖେଳାଳୀ ଆକ୍ରାନ୍ତ ହୋଇଛନ୍ତି ।
ତେବେ ଭାରତୀୟ ହକି ଦଳର ଯୁବ ଫରୱାର୍ଡ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ମାହାମାରୀରେ କେବଳ ଯେ ମନଦୀପ ଆକ୍ରାନ୍ତ ହୋଇଛନ୍ତି ତାହା ନୁହେଁ ମନଦୀପକୁ ମିଶାଇ ମୋଟ ଛଅ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଖେଳାଳୀ ମାନଙ୍କର ନମୁନାକୁ ସାଇ କ୍ୟାମ୍ପସରେ ଅନୁଷ୍ଠିତ ହେଇଥିବା ହକି କ୍ୟାମ୍ପରେ ସଂଗ୍ରହ କରାଯାଇଥିଲା । ସେଠାରେ ହିଁ ୬ ଜଣ ଖେଳାଳୀଙ୍କର କରୋନା ପଜେଟିଭ ଚିହ୍ନଟ ହୋଇଥିଲା ।
ତେବେ ଚିହ୍ନଟ ହୋଇଥିବା ଖେଳାଳୀମାନେ ହେଲେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଡ୍ରାଗ ଫ୍ଲିକର ବରୁଣ କୁମାର, ଗୋଲକିପର କିସନ ବାହାଦୂର ପାଥକ ଏବଂ ଫରୱାର୍ଡ ମନଦୀପ ସିଂ । ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆକ୍ରାନ୍ତ ଖେଳାଳିଙ୍କୁ ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ପରିସରରେ ହିଁ ଚିକିତ୍ସା ପ୍ରହାନ କରାଯିବ । ତେବେ ଖେଳାଳି ମାନେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ କିଛି ଦିନର କ୍ୱାରେଣ୍ଟିନରେ ରହିବା ପରେ କ୍ୟାମ୍ପରେ ପୂର୍ଣ୍ଣବାର ଯୋଗ ହେବାର ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।