ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଏହି ଅବସରରେ ଘରଠୁ ନେଇ ମନ୍ଦିର ଚାରିଆଡେ ଭକ୍ତିମୟ ପରିବେଶ ।
ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ୫୬ ଭୋଗ ଲାଗି କରିବାର ପରମ୍ପରା ରହିଛି । ଯୁଗ ଯୁଗ ଧରି ଏହି ପରିମ୍ପରା ଚାଲି ଆସୁଛି । ଧାର୍ମିକ ମାନ୍ୟତା ଅନୁସାରେ ୫୬ ଭୋଗ ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।
ପ୍ରଚଳିତ କଥାନୁସାରେ ଭଗବାନ କୃଷ୍ଣଙ୍କୁ ମା ଯଶୋଦା ଆଠ ପ୍ରହର ଭୋଜନ କରାଉଥିଲେ । ଗୋଟେଥର ଇନ୍ଦ୍ର ବ୍ରିଜବାସୀଙ୍କ ଉପରେ କ୍ରୋଧିତ ହୋଇ ପ୍ରବଳ ବର୍ଷା କରାଇଥିଲେ । ଏହାପରେ ବ୍ରୀଜବାସୀଙ୍କୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ନିଜ ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇ ନେଇଥିଲେ । ସାତ ଦିନ ଯାଏଁ ଗୋବର୍ଦ୍ଧନ ପର୍ବତକୁ ନିଜ ଅଙ୍ଗୁଳିରେ ଧରି ରଖିଥିଲେ ଶ୍ରୀକୃଷ୍ଣ । ଏହି ଅବସରରେ ପର୍ବତ ତଳେ ବ୍ରୀଜବାସୀ ଏବଂ ପଶୁପକ୍ଷୀ ନିଜକୁ ରକ୍ଷା କରିଥିଲେ । ସାତ ଦିନ ପରେ ଯେବେ ବର୍ଷା ଥମିଲା ତାପରେ ଗୋବର୍ଦ୍ଧନ ପର୍ବଳ ତଳୁ ବାହାରକୁ ବାହାରିଥିଲେ ବ୍ରୀଜବାସୀ ।
ଏହି ସାତ ଦିନ ପର୍ଯର୍୍ୟନ୍ତ ବିନା ନଖାଇ ନପିଇ ପର୍ବତକୁ ଅଙ୍ଗୁଳିରେ ଉଠାଇ ଥିଲେ ଶ୍ରୀକୃଷ୍ଣ । ଯେହେତୁ ଶ୍ରୀକୃଷ୍ଣ ଆଠ ପ୍ରହର ଭୋଜନ କରୁଥିଲେ । ମାତା ଯଶୋଦା ଏବଂ ଅନ୍ୟ ସମସ୍ତେ ମିଶି ଆଠ ପ୍ରହର ହିସାବରେ ୫୬ ଭୋଗ ପ୍ରସ୍ତୁତ କରିଥିଲେ । କୁହାଯାଏ କି ସେବେଠାରୁ ୫୬ ଭୋଗ ଲଗାଇବାର ପରମ୍ପରା ରହିଛି ।
ଏହି ୫୬ ଭୋଗରେ ସାଧାରଣତଃ ଲହୁଣି ମିଶିରି, ଖୀରୀ, ବାଦାମ ଖୀର, ଟିକ୍କି, କାଜୁ, ବାଦାମ, ପିସ୍ତା, ରସଗୋଲା , ଜଲେପି, ଲଡ୍ଡୁ, ରାବିଡି, ମାଲପୁଆ, ମୋହନଭୋଗ, ଚଟଣୀ, ମୁଗଡାଲି ହାଲୱା, ଖିଚିଡି, ବାଇଗଣ ତରକାରୀ, ଡାଲି, ଦହି, ସାଧା ଅନ୍ନ , ପାପଡ ଆଦି ସାମିଲ ଅଛି ।