ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିପଡିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଏତେ ସତ୍ୱେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଏହା ବଢିଚାଲିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ପାଇଁ ବର୍ତ୍ତମାନ ୩୨ହଜାର କରୋନା ଟେଷ୍ଟ କରାଯାଉଥିବା ବେଳେ ଆଗୁ ଏହି ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି । ଆଗକୁ ରାଜ୍ୟରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରାଯିବାର ଯୋଜନା ରହିଛି । ଏନେଇ ଆଜି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ରାଜ୍ୟରେ ଆଗକୁ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରାଯିବ । ଯାହାଦ୍ୱାରା ଆକ୍ରାନ୍ତକୁୁ ଖୁବ ଶୀଘ୍ର ଚିହ୍ନଟ କରାଯିବା ସହ ସେମାନକୁ ଆଇସୋଲେଟ କରାଯିବ । ଏହା ସହ ରାପିଡି ଆଣ୍ଟିଜେନ ଟେଷ୍ଟକୁ ମଧ୍ୟ ଅଧିକ ଗୁରୁ୍ତ୍ୱ ଦିଆଯିବ । ନିର୍ଦ୍ଦେଶକ ଅଜୟ ପରିଡା ଆହୁରୀ ମଧ୍ୟ କହିଛନ୍ତି, ବତ୍ତମାନ ଅନେକ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟର ଆଉ ଅଭାବ ରହିବ ନାହିଁ । ତେବେ ଅଗଷ୍ଟ ୨୦ ସୁଦ୍ଧା ୫୦ହଜାର ଟେଷ୍ଟ ଦୈନିକ କରିବାକୁ ଧାର୍ଯ୍ୟ କରାଯାଇଛି ।
ବଢିବ କରୋନା ଟେଷ୍ଟିଂ ସଂଖ୍ୟା !
Tags #AtrNews #Odisha