ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଗକୁ ସ୍ୱାଧୀନତା ଦିବସ ଆସୁଥିବାରୁ ,ସ୍ୱାଧୀନତା ଦିବସ ଚଳିତ ବର୍ଷ କିଭଳି ପାଳନ କରାଯିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟର ୪ ଜିଲ୍ଲା ସହ ରାଉକେଲା ସହର ସଟଡାଉନ ରହିବ । ତେବେ ଏହି ସମୟରେ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କିଛିଟା କୋହଳ କରାଯିବ ।
ସଟଡାଉନ କରାଯାଉଥିବା ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉଲକେଲା ସହର । ଅଗଷ୍ଟ ୧୫ ଦିନ ଶନିବାର ସପ୍ତାହିକ ସଟଡାଉନ ରହିବା ସତ୍ତେ୍ୱ ନିଜ ଅଞ୍ଚଳରେ ସ୍ୱାଧୀନତା ଦିବସ ପାଳନ ପାଇଁ କିଛିଟା କଟକଣାରେ କୋହଳ କରାଯିବ । ତେବେ ସର୍ତ୍ତମୂକ ଭାବେ ପତକା ଉତ୍ତୋଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ ଗାଇଡ ଲାଇନକୁ ପାଳନ କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏହା ସହ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପତକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ପାଳନ ସହ ସମସ୍ତ ମାକ୍ସ ପିନ୍ଧିବାକୁ ଦିର୍ଦ୍ଦେଶ ଦିଆଯାଇଛି ।