ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆତଙ୍କ ଖେଳାଇଛି କରୋନା । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ସର୍ବାଧିକ୧୯୮୧ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨୫ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 12th August
New Positives Cases 1981
In quarantine: 1225
Local contacts: 756(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 59
3. Bargarh: 27
4. Bhadrak: 65
5. Balangir: 27— I & PR Department, Odisha (@IPR_Odisha) August 13, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୬, ବାଲେଶ୍ୱରର ୫୯, ବରଗଡର ୨୭,ଭଦ୍ରକର ୬୫,ବଲାଙ୍ଗିରର ୨୭, ବୌଦ୍ଧର ୨୨, କଟକର ୧୩୧, ଢେଙ୍କାନାଳର ୩୯,ଗଜପତିର ୮, ଗଞ୍ଜାମର ୨୬୭, ଜଗତସିଂହପୁରର ୪୨, ଯାଜପୁରର ୬୦, ଝାରସୁଗୁଡାର ୮, କଳାହାଣ୍ଡିର ୩୯, କନ୍ଧମାଳର ୧୭୯, କେନ୍ଦ୍ରାପଡାର ୨୯, କେନ୍ଦୁଝରର ୨୩, ଖୋର୍ଦ୍ଧାର ୨୭୪, କୋରାପୁଟର ୯୭, ମାଲକାନାଗିରିର ୬୪,ମୟୁରଭଞ୍ଜର ୩୭, ନବରଙ୍ଗପୁରର ୧୮, ନୟାଗଡର ୫୬, ନୂଆପଡାର ୧୬,ପୁରୀର ୭୭, ରାୟଗଡାର ୫୫, ସମ୍ବଲପୁରର ୩୮, ସୋନପୁର ୫୭ ଏବଂ ସୁନ୍ଦରଗଡର ୧୪୫ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୧୯୮୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 37
23. Nawarangpur: 18
24. Nayagarh: 56
25. Nuapada: 16
26. Puri: 77
27. Rayagada: 55
28. Sambalpur: 38
29. Sonepur: 57
30. Sundargarh: 145New Recoveries: 1673
Cumulative Tested: 765065
Positive: 52653
Recovered: 36478
Active Cases: 15808— I & PR Department, Odisha (@IPR_Odisha) August 13, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ କୁ ବୃଦ୍ଧି ପାଇଛି । ସେଥିରୁ ୩୬୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୮୦୮ ଜଣ ଚିକିତ୍ସିତ ହେଉଛନ୍ତି ।