ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାତି ପାହିଲେ ସ୍ୱାଧୀନତା ଦିବସ । ସମସ୍ତଙ୍କ ମନରେ ଉତ୍ସାହ । ହେଲେ ଚଳିତ ବର୍ଷ କାରୋନା ମହାମାରୀ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥର ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କିଛି ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଚଳିତ ବର୍ଷ ସ୍ୱାଧୀନତା ଦିସକୁ ଅତି ନିଡାମ୍ବର ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି ।
ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଏନେଇ ପ୍ରଦର୍ଶନୀ ପଡିଆ ମଧ୍ୟ ତ୍ରୀରଙ୍ଗାରେ ସଜେଇ ହେଉଛି । କୋଭିଡ ୧୯ ପାଇଁ ସ୍ୱାଧୀନତା ଦିବସ ପାଳନ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହିତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଛି । କେବଳ ମନ୍ତ୍ରୀ ଓ ଭିଆଇପି ମାନେ ପରେଡ ସମୟରେ ଉପସ୍ଥିତ ରହିବେ ।
ସେହିଭଳି ସ୍କୁଲ ଗୁଡିକରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯିବ । ଛାତ୍ରଛାତ୍ରୀ ମାନେ କିନ୍ତୁ ସ୍କୁଲ ଆସିବେ ନାହିଁ ।