ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପୂର୍ବରୁ ବିକ୍ରି ହୋଇଥିବା ବିଏସ ୪ ମାନକ ବିଶିଷ୍ଟ ଗାଡିର ପଞ୍ଜିକରଣ ପାଇଁ ଗୁରୁବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ଏ ସେହି ଗାଡି ଯାହାର ସୂଚନା ବାହନ ପୋର୍ଟାଲ ରେ ଅପଲୋଡ କରାଯାଇଛି ।
ସୁପ୍ରିମକୋର୍ଟ ଏହାପୂର୍ବରୁ ଲକ୍ ଡାଉନ ଅବସରରେ ବହୁଳ ମାତ୍ରାରେ ବିଏସ୪ ଗାଡି ବିକ୍ରି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଗତ ୩୧ ଜୁଲାଇ ପର୍ଯ୍ୟନ୍ତ ଆଗାମୀ ଆଦେଶରେ ମାର୍ଚ୍ଚ ରେ ବିକ୍ରି ହୋଇଥିବା ଗାଡି ର ପଞ୍ଜିକରଣ ଉପରେ ରୋକ ଲଗାଇ ଦେଇଥିଲେ ।
ଜଷ୍ଟିସ ଅରୁଣା ମିଶ୍ରାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ କହିଛି କି, କୋଭିଡ୧୯ ଯୋଗୁଁ ଦେଶବ୍ୟାପି ଲାଗୁହୋଇଥିବା ଲକଡାଉନ ପରେ ବ୍ରିକି ହୋଇଥିବା ବିଏସ୪ ବାହନର ପଞ୍ଜିକରଣ କରାଯିବ ନାହିଁ । ଏହାସହିତ ଗାଡି ପଞ୍ଜିକରଣ ପାଇଁ ଦିଲ୍ଲୀ-ଏନସିଆରକୁ ବି ଅନୁମତି ଦିଆଯାଇ ନାହିଁ ।
ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି କି , ଲକ୍ ଡାଉନ୍ ରେ କେବଳ ଜରୁରୀ ସାମଗ୍ରୀ ବିକ୍ରି ପାଇଁ ଅନୁମତି ଥିଲା । କିନ୍ତୁ ଏହାରି ମଧ୍ୟରେ ଗାଡି ବିକ୍ରି କିଭଳି ହେଲା?
ସରକାରଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ ରୁ ମାର୍ଚ୍ଚ ୩୧ ମଧ୍ୟରେ ୧୧ ଲକ୍ଷ ବିଏସ୪ ଗାଡି ବ୍ରିକି କରାଯାଇଛି । ସେଥିମଧ୍ୟରୁ ମାର୍ଚ୍ଚ ୨୯ ରୁ ମାର୍ଚ୍ଚ ୩୧ ମଧ୍ୟରେ ଅଢେଇ ଲକ୍ଷ ବିଏସ୪ ମାନକ ବିଶିଷ୍ଟ ଗାଡି ବିକ୍ରି ହୋଇଛି । ସବୁଠାରୁ ବଡ କଥା ହେଲା ସେହି ସମୟରେ ଦେଶବ୍ୟାପି ଲକ ଡାଉନ କଡାକଡି ଥିଲା ।