ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଚାଲିଛି ଭିଆଇପି ନମ୍ବର କ୍ରେଜ । ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଗାଡି ପାଇଁ ଫ୍ୟାନ୍ସି ବା ଭିଆଇପି ନମ୍ବର ନେବାକୁ ଚାହୁଁଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଲକ୍ ହିସାବରେ ହିଁ ନମ୍ବର ନେଇଥାନ୍ତି । କିନ୍ତୁ ଏଭଳି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଜାଣିଥାନ୍ତି କିଭଳି ନେବାକୁ ପଡିଥାଏ ଭିଆଇପି ନମ୍ବର । ତେବେ ଆସନ୍ତୁ ଜାଣିବା ଆପଣ କିଭଳି ନେଇପାରିବେ ଭିଆଇପି ନମ୍ବର ।
ଯଦି ଆପଣଙ୍କର ଭିଆଇପି ନମ୍ବର ନେବାର ଅଛି ତେବେ ସର୍ବପ୍ରଥମେ କେନ୍ଦ୍ର ସରକାରଙ୍କ parivahan.gov.in ୱେବସାଇଟକୁ ଯିବାକୁ ହେବ । ଏହାପରେ ଅନଲାଇନ ମେନ୍ୟୁ ଉପରକୁ ଯାଇ ଫ୍ୟାନ୍ସ ନମ୍ବର ଉପରେ କ୍ଲିକ କରିବାକୁ ପଡିବ । କ୍ଲିକ କରିବା ପରେ ଏକ ପେଜ୍ ଖୋଲିବ, ସେଠାରେ ନ୍ୟୁ ପବ୍ଲିକ ୟୁଜର ଉପରେ କ୍ଲିକ କରି ଏକ ୟୁଜର ଆଇଡି ଜେନେରେଟ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକୀୟ ତଥ୍ୟ ଭରିବାକୁ ପଡିବ । ଏହାପରେ ଆପଣଙ୍କର ୟୁଜର ଆଇଡି ଖୋଲିଯିବ ।
ୟୁଜର ଆଇଡି ଲଗ୍ ଇନ୍ କରିବା ପରେ ଏକ ଇଂଟରଫେସ ଖୋଲିବ । ଏହାପରେ ଆପଣଙ୍କୁ ଗାଡିର କ୍ୟାଟେଗୋରୀ ସିଲେକ୍ଟ କରିବାକୁ ପଡିବ । ଏଠାରେ ଆପଣଙ୍କୁ ଗାଡିର ସିରିଜ୍ ବିଷୟରେ ପଚାରିଯିବ । ଆପଣ ଆପଣଙ୍କ ପସନ୍ଦର ସିରିଜ୍ ଚୟନ କରି ପାରିବେ । ଏହାପରେ ଆପଣଙ୍କ ସାମ୍ନାକୁ ଫ୍ୟାନ୍ସି ନମ୍ବର ଲିଷ୍ଟ ଆସିବ ଏବଂ ଏହାର ସାମ୍ନାରେ ତାର ଦର ମଧ୍ୟ ଲେଖାଥିବ । ପୁଣି ଆପଣଙ୍କୁ କଣ୍ଟିନ୍ୟୁ ଟୁ ରେଜିଷ୍ଟର ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଆସିବ, ଯାହାକୁ ପୁରଣ କରି ଆପଣଙ୍କୁ ସବମିଟ୍ କରିବାକୁ ପଡିବ । ପୁଣି ନେଟ ବ୍ୟାଙ୍କିଂ ଜରିଆରେ ପେମେଣ୍ଟ କରିବା ପରେ ଆପଣଙ୍କୁ ସ୍ଲିପ ମିଳିବ । ଏହାପରେ ଏହି ନମ୍ବର ଆପଣଙ୍କ ପାଇଁ ରେଜିଷ୍ଟର ହୋଇଯିବ ।