ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ବଣଭୋଜି ବେଶ ଅନ୍ୟତମ । ଆଜି ହେଉଛି ଶ୍ରୀଜିଉଙ୍କ ବଣଭୋଜି ବେଶ । କୋଳିବିକା ନୀତି ଅନୁଷ୍ଠିତ ହୋଇ ସାରିବା ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।
ସନ୍ଧ୍ୟାଧୂପ ସରିବା ପରେ ପୁଷ୍ପାଳକ ସେବକଙ୍କ ଦ୍ୱାରା ବଣଭୋଜି ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀଜିଉ । ଏହି ବେଶରେ ଭିନ୍ନ ଭିନ୍ନ ଅଳଙ୍କାରମାନ ଶ୍ରୀଜିଉଙ୍କୁ ପିନ୍ଧା ଯାଇଥାଏ । ଏହି ବେଶରେ ବିଶେଷ କରି ଶ୍ରୀଜିଉମାନେ ବଣଭୋଜି ଉଦ୍ୟେଶରେ ଗମନ କରୁଥିବା ଦୃଶ୍ୟ ଏଥିରେ ପ୍ରକଟିତ ହୋଇଥାଏ ।
ଏହି ବଣଭୋଜି ବେଶର ପୌରାଣିକ କାହାଣୀ ବି ବେସ କୌତୁହଳ ପୂର୍ଣ୍ଣ । ଆପଣ ମାନେ ସମସ୍ତେ ଦେଖିଥିବେ ଫଟୋ ଚିତ୍ରରେ କୃଷ୍ଣ ଆଉ ବଳରାମଙ୍କ ଗାଈ ସହିତ ବୁଲିବା ବେଳର ଦୃଶ୍ୟ । ଠିକ ସେହିପରି ଜଙ୍ଗଲରେ ଗାଇଙ୍କ ସହିତ କୃଷ୍ଣ ଏବଂ ବଳରାମ ବୁଲୁଥିବାର ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଇଥାଏ । କିଆ ଫୁଲରେ ତିଆରି ହୋଇଥିବା ଚୂଳ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ମଥାରେ ଲାଗିଥାଏ । ସେହିପରି ତାଙ୍କର ବାମ ହାତରେ ଏକ ବାଡି ଏବଂ ଡାହଣ ହାତରେ ଦହି ଭରପୁର ହୋଇଥିବା ଏକ ଚାନ୍ଦି ପାତ୍ର ଥାଏ । ଏହି ବେଶରେ ବିଶେଷ କରି ମହାପ୍ରଭୁଙ୍କୁ ଖୁଆ ପେଡାରେ ତିଆରି ହୋଇଥିବା ମାଳ ପିନ୍ଧା ଯାଇଥାଏ । ଏହି ମାଳ ପାଇଁ ବ୍ୟବହାର କରାଯାଇଥିବା ମିଠା ପଟୋଶୀ ମହାପାତ୍ର ସେବକଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ସେହିପରି ମହାପ୍ରଭୁ ତାଙ୍କ ହାତରେ ଧାରଣ କରିଥିବା ଦହିକୁ ମହାଭୋଇ ଗୌଡ ସେବକଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ।
ଏହି ବେଶରେ ମା ଶୁଭଦ୍ରା ଅବିକଳ ସୁନା ବେଶରେ ସଜ ହେବା ଭଳି ଦେଖା ଯାଆନ୍ତି । ଏହାସହିତ କାଠରେ ତିଆରି କରାଯାଇଥିବା ଏକ ଗାଈ ଏବଂ ବାଛୁରୀକୁ ମହାପ୍ରଭୁଙ୍କ ସାମ୍ନାରେ ରଖାଯାଏ ।
ପୁଷ୍ପାଲକ୍ଷ, ଭଣ୍ଡାର ମେକାପ,ପାଳିଆ ମେକାପ, ଖୁଣ୍ଟିଆ ସାମୁହିକ ପ୍ରୟାସ ଦ୍ୱାରା ଦେବତାମାନଙ୍କୁ ଏହି ବେଶରେ ସଜା ଯାଇଥାଏ । ଏହି ପୋଷାକରେ ଉପଯୋଗ କରାଯାଉଥିବା ସ୍ୱର୍ଣ୍ଣ ଆଭୁଷଣରେ ରହିଛି: ୧ ସ୍ୱର୍ଣ୍ଣ କିରିଟ, ୪ ଶ୍ରୀଭୂଜ,୪ ଶ୍ରୀପୟର, ୪ ସ୍ୱର୍ଣ୍ଣ କର୍ଣ୍ଣ କୁଣ୍ଡଳ, ୫୦ ସ୍ୱର୍ଣ୍ଣ କିଆ, ୩ ସେବତି ମାଳ, ୩ ହରିଡା କଦମ୍ବ ମାଳ, ୩ ବାଗନଖି ମାଳି,୩ ତାବିଜ ମାଳ, ୪ ଶ୍ରୀମୁଖ ପଦ୍ମ, ୨ ବାହାଡା ମାଳି, ୨ ଅଳକା, ୨ ତିଲକ, ୨ ଚନ୍ଦ୍ରିକା, ୩ ଓଡିଆଣୀ, ୩ ଘଗଡା ମାଳ, ୩ ଅଣ୍ଟା ପଟି, ଝୋବ, ତଡାଗି, ଚନ୍ଦ୍ରସୂର୍ୟ୍ୟ, ଆଡକାଣି ।