ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୨୯୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜଣଙ୍କ ମୁଣ୍ଡ ନେଇଛି ।
Regret to inform the demise of Ten #COVID19 positive patients while under treatment in hospitals.
1. A 75-year old male of Bhadrak district who was also suffering from Hypertension & Chronic Kidney Disease.
— H & FW Dept Odisha (@HFWOdisha) August 16, 2020
କରୋନା ଆକ୍ରାନ୍ତରେ ମୁତ୍ୟୃବରଣ କରିଥିବା ୧୦ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ଗଞ୍ଜାମରୁ ୨ଜଣ ଲେଖାଏଁ ଥିବା ବେଳେ ଭଦ୍ରକ, କଟକ, ବଲାଙ୍ଗିର, କନ୍ଧମାଳ,ଯାଜପୁର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୁତ୍ୟୃ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୬୦ହଜାର ଆକ୍ରାନ୍ତଙ୍କ ସଂଖ୍ୟା ପାର କରିଥିବା ନେଇ ରାଜ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।