ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବର୍ଷ ବର୍ଷାର ପରିମାଣ କମ ରହିଥିବା ବେଳେ ଗତ ୪ଦିନ ହେବ ବର୍ଷା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା କାରଣରୁ ଭଦ୍ରକ ଜିଲ୍ଲାର ଧାମନଗର ଓ କେନ୍ଦ୍ରାପଡା ସହର ଜଳମଗ୍ନ ହୋଇଥିବା ବେଳେ ରାସ୍ତାରେ ପାଣି ବୋହିବା କାରଣରୁ ସେଠାରେ ଯୋଗ ଯୋଗ ବିଚ୍ଛିନ ହୋଇଛି । ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ରାମିଆଳ ଓ ଡମଶାଳ ରେ ଜଳର ପରିମାଣ ବଢିବା ସହ ସେଠାରେ ଥିବା ଆଖପାଖ ଗାଁ ଜଳମଗ୍ନ ହୋଇଛି ।
ଭୁବନ ବ୍ଲକର ଜୟପୁର, କାଶିପୁର, ଓଢଣା ଓମାଳପୁରା ଆଦି ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଯାହାଫଳରେ ଶତାଧିକ ଲୋକ ଜଳମଗ୍ନ ହୋଇଛନ୍ତି । ସେହିପରି ଢେଙ୍କାନା ଜିଲ୍ଲାର କାମାକ୍ଷାନଗରରେ ଏକ ପୋଲ ଭାଙ୍ଗି ଯିବା ସହ ଘର ମଧ୍ୟ ଭାଙ୍ଗି ଯାଇଛି । ଏହାସହ ନୟାନୀଳକଣ୍ଠପୁର ପୋଲ ଭାସିଯିବାରୁ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ବିଭିନ୍ନ ରାସ୍ତାରେ ପାଣି ଚାଲିଥିବା ବେଳେ ଗମନାଗମନ ଘୋର ପ୍ରଭାବିତ ହୋଇଛି । ଖାଲି ସେତି କି ନୁହେଁ ତାଳଚେର – ଯାଜପୁର ୫୩ନମ୍ବର ଜାତୀୟ ରାଜପଥର ବିଭିନ୍ନ ରାସ୍ତା ଧୋଇ ହୋଇଯିବା ଫଳରେ ସେଠାରେ ବଡ ଘାଇ ମଧ୍ୟ ସୃଷ୍ଟି ହୋଇଛି ।
ରାଜପଥର ବିଭିନ୍ନ ସ୍ଥାନ ଧୋଇ ହୋଇଯିବା ଫଳରେ ଯାତାୟତ ବିଚ୍ଛିନ୍ନ ହୋଇଛି । ଏହାସହ ହେକ୍ଟର ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି । ସେପଟେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଗମନାଗମନ ବାଧା ପ୍ରାପ୍ତ ହେବା ସହ ଲୋକେ ମଧ୍ୟ ରୁ ବାହାରି ପାରୁନାହାନ୍ତି । ତେବେ ଜିଲ୍ଳାର ବିବିନ୍ନ ରାସ୍ତା ଓ ପୋଲ ଉପରେ ୪ରୁ ୫ଫୁଟ ଉଚ୍ଚତାର ପାଣି ଯାଉଥିବାର ଦେଖିବାକୁ ମିଳୁଛି ।
ବର୍ଷା ଜଳରେ ଉବୁଟୁବୁ ବିଭିନ୍ନ ଜିଲ୍ଲା, ଯୋଗାଯୋଗ ବିଚ୍ଛିନ୍ନ
Tags #AtrNews #Odisha