ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ସୁଧୁରିବାର ନାଁ ଧରୁନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୨୩୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 17th August
New Positives Cases: 2239
In quarantine: 1416
Local contacts: 823(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 130
3. Bargarh: 51
4. Bhadrak: 73
5. Balangir: 66— I & PR Department, Odisha (@IPR_Odisha) August 18, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୬, ବାଲେଶ୍ୱରର ୧୩୦, ବରଗଡର ୫୧,ଭଦ୍ରକର ୭୩,ବଲାଙ୍ଗିରର ୬୬, ବୌଦ୍ଧର ୫୩, କଟକର ୧୧୭, ଢେଙ୍କାନାଳର ୩୬,ଗଜପତିର ୪୨, ଗଞ୍ଜାମର ୨୪୬, ଜଗତସିଂହପୁରର ୨୬, ଯାଜପୁରର ୭୫, ଝାରସୁଗୁଡାର ୧୩, କଳାହାଣ୍ଡିର ୨୧, କନ୍ଧମାଳର ୯୦, କେନ୍ଦ୍ରାପଡାର ୭, କେନ୍ଦୁଝରର ୭୨, ଖୋର୍ଦ୍ଧାର ୪୧୯, କୋରାପୁଟର ୯୧, ମାଲକାନାଗିରିର ୫୫,ମୟୁରଭଞ୍ଜର ୮୦, ନବରଙ୍ଗପୁରର ୧୪, ନୟାଗଡର ୧୪୭, ନୂଆପଡାର ୮,ପୁରୀର ୪୦, ରାୟଗଡାର ୧୨୦, ସମ୍ବଲପୁରର ୫୩, ସୋନପୁର ୨୪ ଏବଂ ସୁନ୍ଦରଗଡର ୬୪ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୨୨୩୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 14
23. Nayagarh: 147
24. Nuapada: 8
25. Puri: 40
26. Rayagada: 120
27. Sambalpur: 53
28. Sonepur: 24
29. Sundargarh: 64New Recoveries: 1503
Cumulative Tested: 1009454
Positive: 64533
Recovered: 43779
Active Cases: 20339— I & PR Department, Odisha (@IPR_Odisha) August 18, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ କୁ ବୃଦ୍ଧି ପାଇଛି । ସେଥିରୁ ୪୩୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୦୩୩୯ ଜଣ ଚିକିତ୍ସିତ ହେଉଛନ୍ତି ।