ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଖେଳ ରତ୍ନ ପାଇଁ ରୋହିତ ଶର୍ମାଙ୍କ ସହ ଆଉ ୩ ଖେଳାଳିଙ୍କ ନାମକୁ ବିବେଚିତ କରାଯାଇଥିବା ବେଳେ ପୁଣି ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ତୀରନ୍ଦାଜି ଅତନୁ ଦାସଙ୍କ ସହିତ ୨୯ ଖେଳାଳିଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି ସୁପାରିସ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ହକି ଟିମ୍ର ଖେଳାଳି ଦୀପିକା ଠାକୁର, କ୍ରିକେଟ୍ର ଦୀପକ ହୁଡ୍ଡା ଓ ଟେନିସ୍ ଖେଳାଳି ଦିଭିଜ ଶରଣଙ୍କ ନାମ ସାମିଲ ହୋଇଛି ।
ଇଶାନ୍ତ ଶର୍ମା ଭାରତ ପକ୍ଷରୁ ୯୭ ଟେଷ୍ଟ ଖେଳି ୨୯୭ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ୧୧ ଥର ୫ ଓ୍ଵିକେଟ୍ ସାମିଲ। ଇଶାନ୍ତଙ୍କ ନାମରେ ଦିନିକିଆରେ ୮୦ଟି ମ୍ୟାଚ୍ରୁ ୧୧୫ ଓ୍ଵିକେଟ୍ ରହିଛି। ଇଶାନ୍ତ ଭାରତୀୟ ଟେଷ୍ଟ ଦଳର ସବୁଠୁ ବରିଷ୍ଠ ଖେଳାଳି ଏବଂ ଦଳକୁ ନମ୍ବର-୧ କରିବାରେ ତାଙ୍କର ବହୁତ ଯୋଗଦାନ ଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।