ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରି ଚଳିତ ବର୍ଷ ଡିସେମ୍ବର ମାସ ସୁଧା ପ୍ରାୟ ୫୦,୦୦୦ ନିଯୁକ୍ତି ବାହାର କରିବାକୁ ଯାଉଛି। ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ମାର୍ଟଫୋନ୍ ଉତ୍ପାଦନକାରୀ ସମ୍ପାନୀମାନେ ସରକାରଙ୍କ ପିଏଲଆଇ ଯୋଜନା ଅଧୀନରେ ଭାରତରେ ଉତ୍ପାଦନ ବୃଦ୍ଧି କରିବାର ସମ୍ଭାବନା ରହିଛି। ଡିସେମ୍ବର ଶେଷ ସୁଦ୍ଧା ଏହି ସ୍ମାର୍ଟ ଫୋନ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ସ୍ଥିର ହୋଇଛି। କୋରୋନା ମହାମାରୀ ପାଇଁ ଲୋକମାନଙ୍କ ଅନେକ କ୍ଷେତ୍ରରେ ଅର୍ଥବ୍ୟବସ୍ଥାରେ ବ୍ୟାପକ ଚାକିରି ହରାଇଛନ୍ତି ତେଣୁ ସରକାରଙ୍କ ସମର୍ଥିତ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରି ଡିସେମ୍ବର ଶେଷ ସୁଦ୍ଧା ପ୍ରାୟ ୫୦,୦୦୦ ନିଯୁକ୍ତି ଉତ୍ପାଦନ କରିବାକୁ ଯାଉଛି।
ଫକ୍ସକନ୍, ୱିଷ୍ଟ୍ରନ୍, ସାମସଙ୍ଗ, ଡିକ୍ସନ୍ ଏବଂ ଲାଭା ପରି ଅନେକ ଘରୋଇ ତଥା ଆନ୍ତର୍ଜାତୀୟ ସ୍ମାର୍ଟଫୋନ୍ ନିର୍ମାତା ନିଜର କ୍ଷମତା ବୃଦ୍ଧି କରିବା ପାଇଁ ସରକାରଙ୍କ ପିଏଲଆଇ ଯୋଜନା ଅଧୀନରେ ନିଜ କମ୍ପାନୀର ଉତ୍ପାଦନ ବଢାଇବା ପାଇଁ ଚାହୁଛନ୍ତି। ତେଣୁ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରିରେ ଖୁବ ଶିଘ୍ର ୫୦,୦୦୦ ନିଯୁକ୍ତି ଆସିବ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ (ମେଟିଇ), ୨୦୨୦ ଏପ୍ରିଲ ୧ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବଡ ସ୍କେଲ, ଲିଙ୍କ୍ ଇନସେଣ୍ଟିଭ୍ ସ୍କିମକୁ ଆରମ୍ଭ କରିଥିଲେ।
ଏହି ଯୋଜନା ଅନ୍ତର୍ଗତ, ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ ପରୀକ୍ଷା, ମାର୍କିଂ ଏବଂ ପ୍ୟାକେଜିଂ (ଏଟିଏମ୍ପି) ୟୁନିଟ୍ ସମେତ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ଉପାଦାନଗୁଡ଼ିକରେ ବୃହତ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ସରକାର ଏକ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏହି ଯୋଜନା ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ବହୁଗୁଣିତ କରିବ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱ ସ୍ତରରେ ଭାରତ ନିଜର ଏକ ଭଲ ବାଣିଜ୍ୟ ପ୍ରତିଷ୍ଠା କରିବ ବୋଲି ମେଟିଇ ପକ୍ଷରୁ କୁହାଯାଇଛି ।
ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଏଏ)ର ସଭାପତି ପଙ୍କଜ ମୋହିନ୍ଦ୍ରୋ କହିଛନ୍ତି ଯେ ମୋବାଇଲ୍ ଫୋନ୍ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ ୧୧୦୦% ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହା କେବଳ ଘରୋଇ ଚାହିଦା ପୂରଣ କରିନାହିଁ ବରଂ ଭଲ ରପ୍ତାନି ମଧ୍ୟ ଆରମ୍ଭ କରିଛି। ବର୍ତ୍ତମାନ କୋଭିଡ ମହାମାରୀ ପାଇଁ ଏହା ଠିକ ଭାବେ ହୋଇପାରୁ ନାହିଁ କିନ୍ତୁ ଡିସେମ୍ବର ଶେଷ ସୁଦ୍ଧା ପ୍ରାୟ ୫୦,୦୦୦ ପ୍ରତ୍ୟକ୍ଷ ଚାକିରି ଦେବା ପାଇଁ ଆଶା କରୁଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଶିଳ୍ପ ଓ ଇଲେକ୍ଟ୍ରୋନିକ କ୍ଷେତ୍ରରେ ଭଲ ଅଭିବୃଦ୍ଧି ମଧ୍ୟ ହୋଇ ପାରିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024