ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ବି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୬୮ ହଜାର ୮୯୮ ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୯୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୦୫ ହଜାର ୮୨୪ କୁ ବୃଦ୍ଧି ପାଇଛି ।
ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୯୨ ହଜାର ୦୨୮ ସକ୍ରିୟ ମାମଲା ରହିଥିବା ବେଳେ ୨୧ ଲକ୍ଷ ୫୮ ହଜାର ୯୪୭ ଲୋକ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଏହାସହିତ ଏଥିରେ ଏପର୍ଯ୍ୟନ୍ତ ୫୪ ହଜାର ୮୪୯ ଜଣଙ୍କ ମୃତ୍ୟୁ ହୋଇଛି ।