ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଲୋକସଭା ଆୟୋଗ (ଓପିଏସସି) ସଦସ୍ୟ ଭାବେ ନିୟୁକ୍ତ ହେଲେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଓ ଅବସରପ୍ରାପ୍ତ ପ୍ରଫେସର । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ଓଡିଶା ଲୋକସଭା ଆୟୋଗ ସଦସ୍ୟ ଭାବେ ନିୟୁକ୍ତି ଦିଆଯାଇଛି । ତେବେ ଗତକାଲି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ଲେଙ୍କାକୁ ଓପିଏସସି ସଦସ୍ୟ ଭାବେ ନିୟୁକ୍ତି ମିଳିଥିଲା ।
ଗତ ଜୁଲାଇ ୩୧ତାରିଖରେ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଅବସର ନେଇଥିବା ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଆଜି ଓପିଏସସି ସଦସ୍ୟ ଭାବେ ନିୟୁକ୍ତି ମିଳିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଭୂତି ଭୂଷଣ ପଟ୍ଟନାୟକ ପର୍ଯ୍ୟଟନ ନିର୍ଦ୍ଦେଶକ, ଝାରସୁଗୁଡା ଜିଲ୍ଲାପାଳ ସମେତ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ । ସେହିପରି ପ୍ରଫେସର ସୁଧାଂଶୁ ଶେଖର ରଥ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରେ ତା’ର ପ୍ରଥମ କୁଳପତି ଭାବେ କାର୍ଯ୍ୟରତ ଥିଲେ । ଅନ୍ୟପଟେ ସେ ଓଏଓଡି, ରେଜିଷ୍ଟ୍ରାର ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଓପିଏସସି ସଦସ୍ୟ ମାବେ ନିଯୁକ୍ତ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ ଶେଖର ରଥ
Tags #AtrNews #Odisha