ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ଲୋକ ବୁଲା ବୁଲି କରିବା ପାଇଁ ବେଶ ରୁଚି ରଖିଥାନ୍ତି । ଛୁଟି ସମୟରେ ସେମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥାନ୍ତି । ତେବେ ଯଦି ଆପଣଙ୍କର ବି ବୁଲା ବୁଲି ରେ ସୌକ ଅଛି ତେବେ ଏହା ଆପଣଙ୍କ ପାଇଁ ନିହାତି ଜାଣିବା ଆବଶ୍ୟକ । ସାଧାରଣତଃ ଦିଲ୍ଲୀରୁ ଲଣ୍ଡନ ଯିବା ପାଇଁ ଲୋକେ ଉଡାଯାହାଜରେ ଯାତ୍ରା କରିଥାନ୍ତି । କିନ୍ତୁ ଏବେ ସଡକ ପଥରେ ବି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିପାରିବେ । ଗୁଡଗାଂଓ ର ଘରୋଇ ଟ୍ରାଭେଲର କମ୍ପାନୀ ଅଗଷ୍ଟ ୧୫ ରେ ଏକ ବସ ଲଞ୍ଚ କରିଛି । ଯାହାର ନାମ ରହିଛି ‘ବସ ଟୁ ଲଣ୍ଡନ’ । ଏହି ବସ୍ ମାଧ୍ୟମାରେ ଆପଣ ୭୦ ଦିନରେ ଦିଲ୍ଲୀରୁ ଲଣ୍ଡନ ପହଁଚି ପାରିବେ ।
୭୦ ଦିନିକିଆ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ମଧ୍ୟରେ ଆପଣଙ୍କୁ ୧୮ ଟି ଅନ୍ୟ ଦେଶ ଦେଇ ଯିବାକୁ ପଡିବ । ଯେଉଁଥିରେ ଇଣ୍ଡିଆ, ମିଆଁମାର, ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିଜସ୍ଥାନ, ଉଜବେକିସ୍ତାନ, କଜାଖସ୍ଥାନ, ଋଷ, ଲାତାବିୟା, ଲିଥୁଆନିୟା, ପୋଲାଣ୍ଡ, ଚେକ ଗଣରାଜ୍ୟ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଫ୍ରାନ୍ସ ଏବଂ ୟୁନାଇଟେଡ କିଙ୍ଗଡମ ଆଦି ।
ବସ୍ ଟୁ ଲଣ୍ଡନ ର ଏହି ଯାତ୍ରାରେ ଆପଣଙ୍କ ସମସ୍ତ ପ୍ରକାରର ସୁବିଧା ଦିଆଯିବ । ଏହି ବସରେ ୨୦ ଯାତ୍ରୀଙ୍କ ବସିବାର ବ୍ୟବସ୍ଥା ରହିବ । ସମସ୍ତ ସିଟ୍ ବିଜନେସ କ୍ଲାସ ର ରହିବ । ଏଥିରେ ୨୦ ଯାତ୍ରୀଙ୍କ ବ୍ୟତିତ ଅନ୍ୟ ୪ ଜଣ ବ୍ୟକ୍ତି ରହିବେ । ଯେଉଁଥିରେ ଡ୍ରାଇଭର, ଆସିଷ୍ଟାଣ୍ଟ ଡ୍ରାଇଭର, ଅର୍ଗାନାଇଜର ଜଣେ ବ୍ୟକ୍ତି ଏବଂ ଗାଇଡ । ଏହାସହିତ ୧୮ ଟି ଦେଶରେ ଗାଇଡ ପରିବର୍ତ୍ତନ ହେଉଥିବେ କାରଣ ଯେପରି ଯାତ୍ରୀଙ୍କ କୌଣସି ଅସୁବିଧା ନହୁଏ ।
ଏବେ ଆପଣଙ୍କ ମନରେ ଏକ ପ୍ରଶ୍ନ ନିହାତି ଭାବେ ଆସୁଥିବ । ଏହି ଯାତ୍ରା ପୁରା କରିବା ପାଇଁ ଭିଜା ଏବଂ କେତେ ଟଙ୍କା ଲାଗିବ । ପ୍ରକୃତରେ ଏଥିପାଇଁ ୧୦ ଭିଜାର ଆବଶ୍ୟକତା ରହିଛି । ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେନେଇ ଟ୍ରାଭେଲର କମ୍ପାନୀ ପକ୍ଷରୁ ଭିଜାର ବ୍ୟବସ୍ଥାର କରାଯିବ । ଏହାସହିତ ଏହି ଯାତ୍ରା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥିପାଇଁ ଇଏମଆଇ ବ୍ୟବସ୍ଥା ମଧ୍ୟ ରହିଛି ।
ପୂର୍ବରୁ ଏହି ରାସ୍ତା ଦେଇ ୨୦୧୭, ୨୦୧୮ ଓ ୨୦୧୯ରେ ଦିଲ୍ଲୀ ନିବାସୀ ତୁଷାର ଏବଂ ସଞ୍ଜୟ ମଦାନ କାର୍ରେ ଯାତ୍ରା କରିଥିଲେ। ଏବେ ଏହି ରାସ୍ତା ଦେଇ ବସ୍ ଯାତ୍ରା କରିବାକୁ ସେମାନେ ଯୋଜନା କରିଛନ୍ତି। ୨୦୨୧ ମେ ମାସରୁ ଏହି ବସ୍ ସେବା ଆରମ୍ଭ ହେବାର ଆଶା ରହିଛି।