ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ଅସମ୍ଭାଳ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୯୪୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 23rd August
New Positive Cases: 2949
In quarantine: 1826
Local contacts: 1123(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 88
3. Bargarh: 62
4. Bhadrak: 66
5. Balangir: 57— I & PR Department, Odisha (@IPR_Odisha) August 24, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୧, ବାଲେଶ୍ୱରର ୮୮, ବରଗଡର ୬୨,ଭଦ୍ରକର ୬୬,ବଲାଙ୍ଗିରର ୫୭, ବୌଦ୍ଧର ୩, କଟକର ୫୮୯, ଦେଓଗଡର ୨, ଢେଙ୍କାନାଳର ୧୩,ଗଜପତିର ୩, ଗଞ୍ଜାମର ୧୭୯, ଜଗତସିଂହପୁରର ୫୧, ଯାଜପୁରର ୨୧୫, ଝାରସୁଗୁଡାର ୨୦, କଳାହାଣ୍ଡିର ୩୦, କନ୍ଧମାଳର ୩୪, କେନ୍ଦ୍ରାପଡାର ୫୬, କେନ୍ଦୁଝରର ୩୦, ଖୋର୍ଦ୍ଧାର ୪୭୪, କୋରାପୁଟର ୧୮୧, ମାଲକାନାଗିରିର ୭୮,ମୟୁରଭଞ୍ଜର ୧୫୬, ନବରଙ୍ଗପୁରର ୨୬, ନୟାଗଡର ୯୩, ନୂଆପଡାର ୨,ପୁରୀର ୮୬, ରାୟଗଡାର ୧୪୩, , ସମ୍ବଲପୁରର ୧୦୪, ସୋନପୁର ୨୬ ଏବଂ ସୁନ୍ଦରଗଡର ୮୧ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୨୯୪୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୨୧୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 156
23. Nawarangpur: 26
24. Nayagarh: 93
25. Nuapada: 2
26. Puri: 86
27. Rayagada: 143
28. Sambalpur: 104
29. Sonepur: 26
30. Sundargarh: 81New Recoveries: 2129
Cumulative Tested: 1363620
Positive: 81479
Recovered: 54405
Active Cases: 26602— I & PR Department, Odisha (@IPR_Odisha) August 24, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୪୭୯ କୁ ବୃଦ୍ଧି ପାଇଛି । ସେଥିରୁ ୫୪୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୬୬୦୨ ଜଣ ଚିକିତ୍ସିତ ହେଉଛନ୍ତି ।