ମୁମ୍ବାଇ(ଏଟିଆର ବ୍ୟୁରୋ): ଜିଓର ମାଲିକ ଏବେ ହେଲେ ବିଗ ବଜାରର ମାଲିକ । ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏବେ ଆଉ ଏକ ବଡ ସଂସ୍ଥା କିଣିଛନ୍ତି । ବିଗ୍ ବଜାର ଭଳି ଷ୍ଟୋର୍ ଥିବା ଫ୍ୟୁଚର୍ ଗ୍ରୁପ୍ର ରିଟେଲ୍, ହୋଲ୍ସେଲ୍, ଲଜିଷ୍ଟିକ୍ସ ଓ ଓୟାରହାଉସ୍ କାରବାରକୁ ସେ ୨୪,୭୧୩ କୋଟି ଟଙ୍କାରେ କିଣିଥିବା ବିଷୟରେ ଆଜି ତାଙ୍କ କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଭାରତୀୟ ଖୁଚୁରା ଶିଳ୍ପର ସମ୍ରାଟ କୁହାଯାଉଥିବା କିଶୋର ବିୟାନି ଏହି ବ୍ୟବସାୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ। ତାହାକୁ ମୁକେଶ ନିଜ କବ୍ଜାକୁ ଆଣିବାରେ ସଫଳ ହୋଇଛନ୍ତି। କିଶୋର ଗଠନ କରିଥିବା ବିଗ୍ ବଜାର, ବ୍ରାଣ୍ଡ୍ ଫ୍ୟାକ୍ଟ୍ରି, ଫୁଡ୍ ହଲ ଆଗକୁ ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ହେବ। ଫ୍ୟୁଚର ଗ୍ରୁପର ଏବେ ସବୁ କମ୍ପାନୀକୁ କିଣିଛନ୍ତି ମୁକେଶ ଅମ୍ବାନୀ ତେଣୁ ଆଗକୁ ଏହି ସବୁ କମ୍ପାନୀ ଗୁଡିକୁ ସେ ବୁଝା ବୁଝି କରିବେ । ଏବେ ମୁକେଶ ଅମ୍ବାନୀଙ୍କୁ ଏକ ଛତ୍ରବାଦି କହିଲେ କିଛି ଭୁଲ ହେବ ନାହିଁ । ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଜରିଆରେ ମୁକେଶ ଫ୍ୟୁଚର୍ ଗ୍ରୁପ୍ର ରିଟେଲ୍ ସମେତ ଅନେକ ପ୍ରମୁଖ କାରବାରକୁ କିଣିଛନ୍ତି।ନିଜ ମୁଣ୍ଡରେ ଥିବା ଋଣ ବୋଝ ହାଲୁକା କରିବା ଲାଗି କିଶୋର ନିଜର ଏହି ବହୁମୂଲ୍ୟ ସଂସ୍ଥା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସୂତ୍ରରୁ ଜଣା ପଡିଛି ।
JUST IN
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024
-
ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୃସିଂହ ଦେବଙ୍କ ଜନ୍ମ ବିଧି | 22 May 2024
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024