ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ । ଏହି ସମୟ ମଧ୍ୟରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେତେକ ଜିଲ୍ଲାପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ସେହିଭଳି ଆସନ୍ତା ୧ତାରିଖ ସୁଦ୍ଧା କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ. ଢେଙ୍କାନାଳ ,କନ୍ଧମାଳ, ମାଲକାନଗିରି, କେରାପୁଟ ଜିଲ୍ଳାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ଅନ୍ୟପଟେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ଏବେ ଭଦ୍ରକ ଜିଲ୍ଲା ପ୍ରଭାବିତ ହୋଇଛି । ଜିଲ୍ଲାର ୭ ଟି ବ୍ଲକ ଓ ୪ଟି ସହରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳରୁ ଏବେ ପର୍ୟ୍ୟନ୍ତ ବନ୍ୟା ଜଳ ନିଷ୍କାସିତ ହୋଇ ନଥିବାରୁ ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି । ଆଜି ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।