ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ଅସ୍ତବ୍ୟସ୍ତ ହେଇପଡିଛି । ମହାମାରୀ ଆସିବା ଦିନଠାରୁ ସବୁ କିଛି ପ୍ରଭାବିତ ହୋଇପଡିଛି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପଡିଛି । ଏବେ କରୋନାର ସ୍ଥିତିକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କୋଭିଡ ନିୟମକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ହେବାକୁ ଥିବା ପରୀକ୍ଷାକୁ କରିବା ପାଇଁ ସରକାର ନିଜର ଅଣ୍ଟା ଭିଡିଛନ୍ତି ।
ଇତିମଧ୍ୟରେ ଚଳିତବର୍ଷ ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ପରୀକ୍ଷା ଅଫଲାଇନରେ ମଲ୍ଟିପଲ ଚଏସ ଦ୍ୱାରା ହେବାକୁ ଥିବା ବେଳେ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅନଲାଇନରେ ହେବ ପାଇଁ ସ୍ଥିର କରାଯାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ୯ ଜିଲ୍ଲାର ୨୭୮ଟି କଲେଜର ୫୦ ହଜାର ୧୭୦ ଛାତ୍ରଛାତ୍ରୀ ୟୁଜି ପରୀକ୍ଷା ଦେବାକୁ ଥିବା ବେଳେ ଉକ୍ତ ୯ଟି ଜିଲ୍ଲାର ଯେ କୌଣସି କଲେଜରେ ପରୀକ୍ଷା ଦେଇ ପାରିବେ ବୋଲି ଉତ୍କଳ ବିଶକ୍ୱବିଦ୍ୟାଳୟ ପକ୍ଷରୁ ସୂଚନାଦିଆଯାଇଛି । ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନାନୁଯାୟୀ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ ହେବ ।
ଅନ୍ୟପଟେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ଏନେଇ ପରୀକ୍ଷା ସୂଚୀ ଖୁବଶୀଘ୍ର ଅଫଲୋଡ ହେବ ବୋଲି ପରୀକ୍ଷା କଣ୍ଟ୍ରୋଲର ସୂଚନା ଦେଇଛନ୍ତି । ତେବେ ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ ପରୀକ୍ଷା ହେବାକୁ ଅସମର୍ଥ ହେବେ , ସେମାନଙ୍କ ପାଇଁ କରୋନା ପରିସ୍ଥିତି ସୁଧାର ଆସିବା ପରେ ସ୍ୱତନ୍ତ୍ର ପରୀକ୍ଷାର ବ୍ୟବସ୍ଥା କରାଯିବ । ଏହି ପରୀକ୍ଷାଟି ପେନ ଓ ପେପର ମୋଡରେ ଡିସେମ୍ବର ମାସରେ ହେବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024