ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷିଆ ଗ୍ରସ୍ତ କରିଛନ୍ତି । ତେବେ ଭାରତୀୟ ସୀମାରେ ବର୍ତ୍ତମାନ ଚୀନ ନିଜର ଉପଦ୍ରବ ଜାରି ରଖିଥିବା ବେଳେ ଏହିଭଳି ସମୟରେ ରାଜନାଥ ସିଂ ଏହି ଗ୍ରସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଏହି ବୈଠକରେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବ ।
Heading to Moscow. During this visit, I shall be attending the combined meeting of Defence Ministers of Shanghai Cooperation Organisation (SCO), Collective Security Treaty Organisation (CSTO) & CIS members in commemoration of the 75th Anniversary of victory in the World War II.
— Rajnath Singh (@rajnathsingh) September 2, 2020
I shall also be meeting Russia’s Defence Minister, General Shoigu to discuss bilateral cooperation and issues of mutual interest. India and Russia are privileged Strategic Partners. Looking forward to further this partnership during my visit.
— Rajnath Singh (@rajnathsingh) September 2, 2020
ତେବେ ଭାରତ-ଚୀନ ବିବାଦ ମଧ୍ୟରେ ବସିବାକୁ ଯାଉଥିବା ଏଥରର ଏସସିଓ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବୈଠକରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗ ମଧ୍ୟ ସାମିଲ ହେବେ । ଏଲଏସିରେ ଉପୁଜିଥିବା ବିବାଦ ତିନି ମାସରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ଏଭଳି ସ୍ଥିତିରେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ୫ ଅଗଷ୍ଟରେ ରାଜନାଥ ସିଂ ଭାରତ ଫେରିବେ ବୋଲି କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଅନ୍ୟଟେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ୧୦ ସେପ୍ଟେମ୍ବରରେ ଋଷ ଗସ୍ତରେ ଯିବେ, ଯେଉଁଠାରେ ସେ ଋଷର ନିମନ୍ତ୍ରଣ କ୍ରମେ ଏସସିଓ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ ।