ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପ ଜନିତ ବର୍ଷା ଫଳରେ ନଦୀର ଜଳସ୍ଥର ମଧ୍ୟ ଫୁଲିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ଥର ବଢିବା କାରଣରୁ ଡ୍ରାମର ଗେଟ ଗୁଡିକୁ ଖୋଲି ଦିଆଯାଇଥିଲା । ଯାହାଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।ପଡ଼ୋଶୀ ଛତିଶଗଡ଼ ଓ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ବର୍ଷା ଛାଡ଼ି ଯାଇଥବାରୁ ଏବେ ଜଳସ୍ରୋତ କମିଯାଇଛି ।
ଫଳରେ ଡ୍ୟାମ ଭିତରକୁ ପୂର୍ବଭଳି ଜଳରାଶି ପ୍ରବେଶ କରୁନାହିଁ । ଯାହାଫଳରେ ଆଜି ଡ୍ୟାମର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି । ହୀରାକୁଦର ଆଉ ୨ଟି ସ୍ଲୁଇସ ଗେଟକୁ ବନ୍ଦ କରାଯାଇଛି । ଫଳରେ ଏବେ ୨୨ଟି ସ୍ଲୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହାପରେ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ଡ୍ୟାମର ହୀରାକୁଦ ଡ୍ୟାମରୁ ୪୬ଟି ଗେଟ ଦେଇ ଜଳ ନିଷ୍କାସନ ହରାଯିବା ଫଳରେ ସମ୍ବଲପୁର, ସୁବର୍ଣ୍ଣପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ ।
ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ଗାଁକୁ ବନ୍ୟା ଜଳ ପ୍ରବେଶ କରିଥିଲା । ସୁଚନାନୁଯାୟୀ, ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଏହାର ଜଳସ୍ତର ୬୨୫.୪୩ ଫୁଟ ରହିଛି । ଡ୍ୟାମକୁ ଏବେ ୩ ଲକ୍ଷ ୨୧ ହଜାର ୮୫୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଥିରୁ ୪ ଲକ୍ଷ ୪ ହଜାର ୪୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି ।
ହୀରାକୁଦ ଜଳଭଣ୍ଡାରେ ହ୍ରାସ ପାଇଲା ଜଳସ୍ତର , ବନ୍ଦ ହେଲା ଆଉ ୨ଟି ଗେଟ
Tags #AtrNews #Odisha