ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବିଗିବାରେ ଲାଗିଛି । ଏହିଭଳି ସମୟରେ ବିଧାନସଭା ଅଧିବେଶନ ବସିବା ନେଇ ସମସ୍ତ ଦ୍ୱନ୍ଦରେ ରହିଛନ୍ତି । ତେବେ ଆଗାମୀ ବିଧାନସଭା ଅଧିବେଶନ ବସାଇବା ପାଇଁ ଏକ ପ୍ରକାର ସଂକେତ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ବସିବା ନେଇ ସୂଚନା ଦେଇଛନ୍ତି ।
ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତି କହିଛନ୍ତି, ବର୍ତ୍ତମାନ ।ଜସ୍ଥାନରେ ବିଧାନସଭା ବସିଛି । ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛି ବୋଲି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି । ଗାଇଡ ଲାଇନ ଆସିବା ପରେ ଆମ ରାଜ୍ୟର କୋଭିଡ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ କିପରି ବିଧାନସଭା ବସିବ ।
ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବା ନେଇ ସଂକେତ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
Tags #AtrNews #Odisha