ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କର ଖୁବ୍ ମହତ୍ୱ ରହିଛି । ସେହି ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଗ୍ରହଙ୍କର ବିଶେଷ ସ୍ଥାନ ରହିଛି । ଶୁକ୍ର ହେଉଛନ୍ତି କାମନା, ବାସନା ଏବଂ ପ୍ରେମର କାରକ । ସେଥିପାଇଁ ଏହି ଗ୍ରହକୁ ସନ୍ତୁଷ୍ଟ କରିବା ଦ୍ୱାରା ପ୍ରେମ ସଫଳ ହୋଇଥାଏ ।
ଆଜ୍ଞା ହଁ ଧାର୍ମିକ ଅନୁଯାୟୀ ପ୍ରେମ ପାଇଁ ମଧ୍ୟ ଦେବୀ ଏବଂ ଦେବତାଙ୍କୁ ସ୍ଥିର କରାଯାଇଛି । ଏହି ଦେବୀ ଏବଂ ଦେବତାଙ୍କୁ ଉପାସନା କରି ପୂଜା କରି ପାରିବେ । କୁହାଯାଏ ଶୁକ୍ରଦେବ ହେଉଛନ୍ତି ପ୍ରେମ ଏବଂ ମଧୁରତାର କାରକ । ଏହାସହିତ ପ୍ରେମ ସମ୍ବନ୍ଧୀୟ ଲେଖା ଯୋଖା ସବୁ ଶୁକ୍ର ଗ୍ରହ ଉପରେ ନିର୍ଭର କରିଥାଏ । ଶିବ ପୂରାଣରେ ଏଭଳି କିଛି ଉପାୟ ଅଛି ଯାହାକୁ ପୂରଣ କରିବା ଦ୍ୱାରା ସଫଳତା ମିଳିଥାଏ ।
ଯଦି ଆପଣ ଶୁକ୍ରଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଛନ୍ତି, ତେବେ ଶୁକ୍ରବାର ଦିନ ଶୁକ୍ର ଗ୍ରହ ପୂଜା କରନ୍ତୁ । ଏହା ସହିତ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ ବସ୍ତୁକୁ ଦାନ କରନ୍ତୁ, ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ । ସଂପର୍କ ଗଢିବା ଏବଂ ଭାଙ୍ଗିବାରେ ଶୁକ୍ରଦେବଙ୍କ ମହତ୍ୱ ପୂର୍ଣ୍ଣ ଅବଦାନ ରହିଛି । ସେଥିପାଇଁ ସର୍ବଦା ନିତି ନିୟମ ଅନୁଯାୟୀ ଶୁକ୍ରଦେବଙ୍କୁ ପୂଜା କରନ୍ତୁ ।