ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ଆଜିଠାରୁ କରୋନା ଭ୍ୟାକସିନ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ । ଏଥିପାଇଁ ଡ୍ରଗ୍ସ ରେଗୁଲେଟରିରୁ ଅନୁମତି ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ୩୮୦ ଜଣ ସ୍ୱେଚ୍ଛାସେବୀ ଟୀକା ଗ୍ରହଣ କରିବେ ।
ସୂଚନାଯୋଗ୍ୟ ୩୮୦ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମିଟି ସୁପାରିଶ କରିଥିଲା । ଯାହାକୁ ଅନୁମତି ମିଳିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୨ ଟି ସହରରେ ୩୭୫ ଜଣଙ୍କ ଠାରେ ଟିକା ପରୀକ୍ଷଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଗୋଷ୍ଠୀ ନିରାପତ୍ତା ଓ ଡୋଜ ଉପରେ ଲକ୍ଷ ରଖାଯାଇଥିଲା । ଏବେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟୀକାର ପ୍ରଭାବକୁ ଗୁରୁତ୍ୱ ଦିଆଯିବ ।