ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ କୁଇନ କଙ୍ଗନାକୁ ମିଳିଲା ୱାଇ ବର୍ଗର ସୁରକ୍ଷା । କେନ୍ଦ୍ରଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ ଏହି ୱାଇ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଏହି ୱାଇ ବର୍ଗର ସୁରକ୍ଷାରେ ୧ କିମ୍ବା ୨ଜଣ କମାଣ୍ଡୋ ଏବଂ ପୋଲିସ କର୍ମଚାରୀଙ୍କ ସହିତ ୧୧ଜଣ କର୍ମଚାରୀ ରହିଥାନ୍ତି । ତେବେ କଙ୍ଗନାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯିବା ପରେ କଙ୍ଗନା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କଙ୍ଗନା ଟ୍ୱିଟ କରି ଲେଖିଛନ୍ତି, ‘ଏହା ଏକ ପ୍ରମାଣ ଯେ କୌଣସି ଫାସୀବାଦୀ ବର୍ତ୍ତମାନ ଦେଶପ୍ରେମୀଙ୍କ ସ୍ୱରରେ ଚାପ ପକାଇ ପାରିବେନାହିଁ । ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଦେଉଛି। ପରିସ୍ଥିତିକୁ ବିଚାର କରି ସେ ମୋତେ କିଛି ଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇପାରିଥାନ୍ତେ କିନ୍ତୁ ସେ ଭାରତର ଗୋଟେ ଝିଅର କଥା ରଖିଛନ୍ତି, ଆତ୍ମ ସମ୍ମାନ ଏବଂ ସ୍ବାଭିମାନକୁ ବୁଝିଲେ । ଜୟ ହିନ୍ଦ ।
ये प्रमाण है की अब किसी देशभक्त आवाज़ को कोई फ़ासीवादी नहीं कुचल सकेगा,मैं @AmitShah जी की आभारी हूँ वो चाहते तो हालातों के चलते मुझे कुछ दिन बाद मुंबई जाने की सलाह देते मगर उन्होंने भारत की एक बेटी के वचनों का मान रखा, हमारे स्वाभिमान और आत्मसम्मान की लाज रखी, जय हिंद 🙏 https://t.co/VSbZMG66LT
— Kangana Ranaut (@KanganaTeam) September 7, 2020
ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଲଗିତା ଭାବେ କଙ୍ଗନା ସୋସିଆଲ ମିଡିଆ ଓ ବିଭିନ୍ନ ଇଣ୍ଟରଭିୟୁ ମାଧ୍ୟମରେ ବଲିଉଡର ମୁଭି ମାଫିଆ ଓ ତାଙ୍କର ବିଭିନ୍ନ ସ୍ତରରେ ସହଯୋଗ କରୁଥିବା ଲୋକଙ୍କୁ ଟାଗେର୍ଟ କରିବା ସହ ବିଭିନ୍ନ କଥା ଉପରୁ ପରଦା ମଧ୍ୟ ଉଠାଉଛନ୍ତି । ତେବେ କିଛିଦିନ ତଳେ କଙ୍ଗନା ସୋସିଆଲ ମିଡିଆରେ ଟ୍ୱିଟ କରି ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ଓ ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ଲେଖିଥିଲେ । ଯାହାପରେ ଶିବସେନା ନେତା ସଞ୍ଜୟ ରାଉତ ଟ୍ୱିଟ କରି ମୁମ୍ବାଇ ନଆସିବାକୁ ପରାମର୍ଶ ଦେଇଥିଲେ ।
ଏହାଛଡା ବିଭିନ୍ନ ସ୍ତରରେ ମଧ୍ୟ କଙ୍ଗନାକୁ ଘେରିବା ସହ ତାଙ୍କ ପୋଷ୍ଟକୁ ଜାଳି ଦିଆଯାଉଛି । ଏବଂ ତାଙ୍କୁ ମୁମ୍ବାଇ ନଫେରିବାକୁ ଧମକ ମଧ୍ୟ ଦିଆ ଯାଉଛି । ଯାହାର ଦୃଢ ଜବାବ ଦେବା ସହ ସେପ୍ଟେମ୍ବର ୯ରେ ଭ୍ଗାନା ମୁମ୍ବାଇ ଫେରିବେ ବୋଲି ଚେଲେଞ୍ଜ କରିଥିଲେ । ତେବେ କଙ୍ଗନାଙ୍କୁ ବାରମ୍ବାର ଧମକ ମିଳୁଥିବାରୁ ତାଙ୍କ ବାପା କେନ୍ଦ୍ର ସରକାରଙ୍କୁ କଙ୍ଗନାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହାର ଫଳ ସ୍ୱରୂପ ଆଝି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଙ୍ଗନାକୁ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି ।