ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟ ସୀମା ବିଦାଦ ଦିନକୁ ଦିନ ଘନେଇବାରେ ଲାଗିଛି । ସବୁବେଳେ କଣ୍ଟାବାଡରେ ଲୁଗା ପକାଇ ଝଗଡା କରିବା ଭଳି ଚୀନ ଭାରତ ସହିତ ଅସନ୍ତୋଷ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ଏବେ ଭାରତ ସୀମା ଭିତରେ ପୁଣି ପଶି ଚୀନ ତାର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି ।
ସୂଚନା ଅନୁସାରେ ଚୀନ ସେନାର ୫୦ ଜଣ ସୈନିକ ସୋମବାର ସନ୍ଧ୍ୟା ୬ ଟା ସମୟରେ ଲଦାଖର ମୁଖପାରି ଶିଖର ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଯାହାର ମୁହ ତୋଡ ଯବାବ ଦେଇଥିଲେ ଭାରତୀୟ ଯବାନ ।
ଚୀନ ସେନା ରଡ ବଚ୍ଚାଁ ଆଦି ଧରି ଭାରତୀୟ ସେନ ଆଡୁକ ମାଡି ଆସିଥିଲେ । ୧୦ ରୁ ୧୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ତେବେ ଏହା ପରେ ମଧ୍ୟ ଲଦାଖର ମୁଖପାରି ପର୍ବତ ଶିଖର ଓ ରେକିଲ ଲାରେ ଭାରତ ନିୟନ୍ତ୍ରଣରେ ରହିଛି ବୋଲି ସରକାରୀ ସୂତ୍ରରୁ ଜଣା ପଡିଛି । ସୂଚନାଯୋଗ୍ୟ ଗତ ଜୁନ ୧୫ ତାରିଖରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ।