ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ଦୁଇ ମାସ ବିତିଗଲାଣି । ହେଲେ ମୃତ୍ୟୁର ରହସ୍ୟ ବଢି ବଢି ଯାଉଛି । ମୃତ୍ୟୁକୁ ୨ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିଲାନାହିଁ କି ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମ ହତ୍ୟା । ତଦନ୍ତ ଜିଆର୍ପି ଠାରୁ ଯାଇ କ୍ରାଇମବ୍ରାଞ୍ଚ ପାଖକୁ ଗଲା କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଜିଆର୍ପି ପରି କ୍ରାଇମ୍ବ୍ରାଞ୍ଚର ହାତ ଖାଲି । ପ୍ରତିଦିନ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ତେବେ ଏହା ମଧ୍ୟରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ପାଇବାକୁ ଯାଇ ଏହାର ସିବିଆଇ ତଦନ୍ତ ଜାରି ରହିଛି । କ୍ରାଇମ୍ବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସ୍ପଷ୍ଟ ତଥ୍ୟ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର କିଛି ଦିନ ତଳେ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏବେ ସେହି ଲାଏ ଡିଟେକ୍ସନ ଟେଷ୍ଟର ରିପୋର୍ଟ ଆସିଛି । ଟେଷ୍ଟରେ ପଚରା ଯାଇଥିବା ପ୍ରାୟ ସବୁ ପ୍ରଶ୍ନରେ ଏମାନେ ସତ କହିଥିବା ସୂଚନା ମିଳିଛି । ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁ ଦେଇଥିବା ବୟାନ ସହ ଲାଇ ଡିଟେକ୍ସନ ଟେଷ୍ଟରେ ପଲିଗ୍ରାଫି ରିପୋର୍ଟ ମେଳ ଖାଉଛି । ତଦନ୍ତ ସମୟରେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁମାନେ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନଥିଲା । ତେଣୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରରେ ମିଥ୍ୟା ଅନୁସନ୍ଧାନ ବିଭାଗରେ ୪ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଗତ ୨୭ ଓ ୨୮ ତାରିଖରେ କରାଯାଇଥିଲା । ଯାହାର ରିପୋର୍ଟ ସେମାନେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସବୁ ସତ କହୁଥିବା ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024