ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ରେଜଲ୍ଟ ଡେରୀରେ ପ୍ରକାଶ ପାଇଥିଲା । ତେବେ ମହାମାରୀ ସତ୍ୱେ ସମସ୍ତ ସତର୍କତା ଅବଲମ୍ବନ କରାଯାଇ ସପ୍ଲିମେଣ୍ଟାରୀ କରୀକ୍ଷା କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏବର୍ଷ ବିଭିନ୍ନ ଜିଲ୍ଲାରୁ ୨୨ହଜାର ୬୪୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ ୧୨ହଜାର ୯୩୯ଜଣ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୮୮ଟି ପରୀକ୍ଷା କେନ୍ଦ୍ର ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ବ୍ୟବସ୍ଥା ପରାଯାଇଛି । ସେହିପରି ୧୩ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ଦେଖା ହେବାକୁ ଥିବା ବେଳେ ୭ଟି ମୂଲ୍ୟାୟନ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ଖାତା ଦେଖାଯିବ ।
ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ଅବଜେକ୍ଟିଭ ପରୀକ୍ଷା(ଏହାର ଉତ୍ତର ଓଏମ୍ଆର ମାଧ୍ୟମରେ ପୂରଣ କରାଯିବ) ଓ ୧୧ଟାରୁ ୧୨ଟା ସବଜେକ୍ଟିଭ ପରୀକ୍ଷା ଅନୁଷ୍ଠିତ ହେବ। ଅବ୍ଜେକ୍ଟିଭ୍ ପାଇଁ ୫୦ନମ୍ବର ଓ ସବଜେକ୍ଟିଭ୍ ପାଇଁ ୩୦ ନମ୍ବର ଏହିପରି ମୋଟ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେହିପରି ଏଥର ୧୦୦ ପରିବର୍ତ୍ତେ ୮୦ ନମ୍ବରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଓ ୫୦ ନମ୍ବରର ସଂଷିପ୍ତ ଉତ୍ତର ପାଇଁ ପିଲା ଓଏମ୍ଆର ସିଟ୍ ପୂରଣ କରିବେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024