ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଚଳିତବର୍ଷର ମୌସୁମୀ ଅଧିବେଶନ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ତେବେ ଉପାଧ୍ୟକ୍ଷ ପ୍ରାର୍ଥୀ ନିମନ୍ତେ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ପକ୍ଷରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ତେବେ ଜେଡୁୟୁର ପ୍ରାର୍ଥୀ ହରିବଂଶ ନାରୟଣ ସିଂଙ୍କୁ ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଫୋନ ଯୋଗେ ଅନୁରୋଧ କରିଥିଲେ ।
ତେବେ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନକରିବା ନେଇ ଘୋଷଣା କରାଯାଇଛି । ତେବେ ୨୪୫ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟା ଗରିଷ୍ଠତା ହେଉଛି ୧୨୩ । ଏନଡିଏ ସମର୍ଥନରେ ଜିଡିୟୁ ପାଖରେ ୧୦୧ଟି ସିଟ ଥିବା ବେଳେ ଏଆଇଏଡିଏମକେ ପାଖରେ ୯ଟି, ବିଜେଡି ପାଖରେ ୯ଟି, ଟିଆରଏସ ପାଖରେ ୭, ୱାଏସଇସିପି ପାଖରେ ୬ଟି ସିଟ ରହିଛି ।
ଏହି ଦଳ ଗୁଡ଼ିକୁର ସିଟ ସଂଖ୍ୟା ହେଉଛି ୩୧ ଯେଉଁମାନେ କି ଗତ ଥର ଏନଡିଏ କୁ ସମର୍ଥନ କରିଥିଲେ । ତେଣୁ ଏଥର ଏହି ଦଳ ଗୁଡ଼ିକ ଏନଡିଏ କୁ ସମର୍ଥନ କଲେ ହରିବଂଶ ନିଦ୍ବନ୍ଦରେ ନିର୍ବାଚିତ ହେବେ । ସେପଟେ କଂଗ୍ରେସ ଏବଂ କଂଗ୍ରେସ ସମର୍ଥିତ ଦଳ ଗୁଡ଼ିକ ପାଖରେ ୬୫ ସଦସ୍ୟଙ୍କ ସମର୍ଥନ ରହିଛି । ତେବେ ଏବେ ସମସ୍ତଙ୍କ ନଜର ଆଜି ହେବାକୁଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024