ଭୁବନେଶ୍ୱର (ଏଟିଆର ): ସାଧାରଣତଃ ସୂର୍ୟ୍ୟଦୟ ଏବଂ ସୂର୍ୟ୍ୟାସ୍ତ ସମୟରେ ଯୋଗ କରାଯାଏ । ମାତ୍ର ଆଉ କିଛି ଯୋଗ ରହିଛି ଯାହାକୁ ରାତି ସମୟରେ କରାଯାଇ ପାରିବ , ଯେଉଁଥିରେ ସାମିଲ ଅଛି ଚନ୍ଦ୍ର ନମସ୍କାର । ଏହା ଯୋଗର ଏଭଳି ଏକ ଆସନ ଯାହାକୁ ରାତି ସମୟରେ ଚନ୍ଦ୍ରଙ୍କ ସାମ୍ନାରେ କରାଯାଇଥାଏ । ଏହି ଚନ୍ଦ୍ର ନମସ୍କାର ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ଶୀଥିଳତା ମିଳିଥାଏ । କିନ୍ତୁ ସୂର୍ୟ୍ୟ ନମସ୍କାର କରିବା ଦ୍ୱାରା ଶରୀରକୁ ତାପ ପ୍ରାପ୍ତ ହୋଇଥାଏ । ସୂର୍ୟ୍ୟ ନମସ୍କାର ଭଳି ଚନ୍ଦ୍ର ନମସ୍କାରରେ ଅନେକ ସ୍ଟେପ ରହିଛି । ଖାସକରି ଚନ୍ଦ୍ର ନମସ୍କାରରେ ୧୪ଟି ମୁଦ୍ରା ରହିଛି ।
ତେବେ ଆସନ୍ତୁ ଜାଣିବା ଚନ୍ଦ୍ର ନମସ୍କାରରେ କି ଲାଭ ମିଳିଥାଏ ।
– ସାରଦିନର ଥକାପଣ ଏବଂ କାର୍ୟ୍ୟ ବେସ୍ତତା ପରେ ରାତିରେ ଭଲ ନିଦର ଆବଶ୍ୟକତା ରହିଥାଏ । ସେଥିପାଇଁ ଆପଣ ଚନ୍ଦ୍ର ନମସ୍କାର କରିପାରିବେ । ଏହି ଯୋଗ କରିବା ଦ୍ୱାରା ଚିନ୍ତା ମୁକ୍ତ ହୋଇଥାଏ ଏବଂ ରାତିରେ ଭଲ ନିଦ ହୋଇଥାଏ । ଏହାକୁ ଆପଣ ନିଅମିତ କରିପାରିବେ ।
– ଚନ୍ଦ୍ର ନମସ୍କାର ଯୋଗ କରିବା ଦ୍ୱାରା ମେରୁଦଣ୍ଡ ମଜବୁତ ହୋଇଥାଏ । ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ ।
– ରାତିରେ ଶୋଇବା ପୂର୍ବରୁ ଚନ୍ଦ୍ର ନମସ୍କାର ଯୋଗ କରିବା ଦ୍ୱାରା ଶରୀରର ଥକାପଣ ଦୂର ହୋଇଥାଏ । ନିଜକୁ ଫିଟ ଏବଂ ଶକ୍ତିଶାଳୀ ଅନୁଭବ ହୋଇଥାଏ ।