ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ମହାମାରୀ କରୋନା ପାଇଁ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଚିହ୍ନଟ ହେଉଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏବଂ ପୋଲିସ ଡିଜିଙ୍କୁ କଡାକଡି ଭାବେ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଯାହାପରେ ଗତକାଲିଠାରୁ ଆକ୍ସନ ମୋଡରେ ଆସିଯାଇଛି କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ଠାରୁ ଫାଇନ ଆଦାୟ କରିବା ସହ କରୋନା ଗାଇଡ ଲାଇନ ପାଳନ କରୁନଥିବା ଦୋକାନୀମାନଙ୍କର ଦୋକାନକୁ ମଧ୍ୟ ବନ୍ଦ କରୁଛି କମିଶନରେଟ ପୋଲିସ । ଦ୍ୱିତୀୟ ଦିନରେ କରୋନା କଟକଣା ପାଳନ କରୁ ନଥିବା ୨ ହଜାର ୮୩୩ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ସେହିପରି ୪୧ ଟି ଦୋକାନ ବନ୍ଦ କରିଛି କମିଶନରେଟ ପୋଲିସ ।
Today 2833 people have been fined for Covid-19 Guidelines violation in UPD Bhubaneswar. Also 41 shops were sealed for not following the Covid -19 guidelines.@cpbbsrctc @odisha_police @DGPOdisha @homeodisha
— DCP Bhubaneswar (@dcpbbsr) September 18, 2020
ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟ୍ୱିଟ କରି ସୂଚନା ଦେଇଛନ୍ତି । ଡିସିପି ସୂଚନା ଦେଇଛନ୍ତି , ୧୭ ତାରିଖ ସନ୍ଧ୍ୟା ପରଠାରୁ ୧୮ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ (୨୪ ଘଣ୍ଟା ମଧ୍ୟରେ) ଭୁବନେଶ୍ୱରରେ ୨୮୩୩ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହି ଲୋକମାନେ କରୋନା ଗାଇଡଲାଇନ ପାଳନ କରି ନଥିଲେ ।