ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଆରଏସ (ଭାରତୀୟ ରାଜସ୍ୱ ସେବା) ଅଧିକାରୀ ସୀମାଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ସାମାଚଳ ଦାଶ ଏହି ପଦବୀରେ ତିନି ବର୍ଷ କାର୍ଯ୍ୟ କରିବେ ବୋଲି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସାମାଚଳ ଦାଶଙ୍କ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷବ୍ୟକ୍ତି କରିଛନ୍ତି । ଏକ ଟ୍ଵିଟ କରି ସେ ଶ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି । ଏହାପୂର୍ବରୁସେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।
Congratulate IRS officer from #Odisha and Principal Special Director of @dir_ed, Simanchala Dash on being appointed as advisor to Executive Director of @IMFNews in Washington DC. Wish him the very best for this new responsibility.
— CMO Odisha (@CMO_Odisha) September 20, 2020