ୱାସିଙ୍ଗଟନ(ଏଟିଆର ବ୍ୟୁରୋ):ଚାଇନିଜ୍ ଆପ ଟିକଟକ୍ କୁ ଭାରତରେ ବ୍ୟାନ କରାଯାଇଥିଲା । ଏହା ପରେ ଆମେରିକା ମଧ୍ୟ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତି ନେଇଥିଲା । କିନ୍ତୁ ଏହି ଆପକୁ ଏବେ କିଣିବ ଆମେରିକାର କପ୍ପାନୀ ଓରାକଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ର ଭିଡିଓ ସେୟାରିଂ ଆପ୍ କମ୍ପାନୀ ବାଇଟ୍ ଡାନ୍ସକୁ କିଣିବା ପାଇଁ ଆମେରିକାର ସଫ୍ଟଓ୍ବେୟାର କମ୍ପାନୀ ଓରାକଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟ୍ରମ୍ପ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ୱାଲମାର୍ଟ ମଧ୍ୟ ଏହି ଚୁକ୍ତିରେ ଭାଗ ନେବ । ୱାଲମାଟ ଟେକ୍ସାସ୍ ରେ ନୂଆ କମ୍ପାନୀର ନିର୍ମାଣର ତଦାରଖ କରିବ । ଆମେରିକା ଟିକ୍ ଟକ୍ ର ସଞ୍ଚାଳନା କରିବ । ଟ୍ରମ୍ପ କହିଛନ୍ତି ଯେ, ଏହି ଚୁକ୍ତିରେ ଏକ ଶିକ୍ଷା କାର୍ୟ୍ୟକ୍ରମ ପାଇଁ ୫ ଅରବ ଡଲାରର ଦାନ ସାମିଲ ରହିବ । ଶୁକ୍ରବାର ଦିନ ବାଇଟ୍ ଡାନ୍ସ କୋଲମ୍ବିଆର ଜିଲ୍ଲା କୋର୍ଟରେ ଟ୍ରମ୍ପ ପ୍ରଶାସନର ଟିକ୍ ଟକ୍ କୁ ଆମେରିକାରେ ବନ୍ଦ କରିବାକୁ ଚ୍ୟାଲେଞ୍ଜ ଦେଇ ଏକ ଅଭିଯୋଗ ଦାଖଲ କରିଛି । ଗତ ମାସରେ ଟ୍ରମ୍ପ୍ ୧୫ ସେପ୍ଟେମ୍ବର ସୁଦ୍ଧା ଟିକ୍ ଟକ୍ ଏବଂ ଓ୍ବି ଚାଟ୍ କୁ ବ୍ୟାନ୍ କରିବାକୁ ସରକାରୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଥିଲେ । ଟ୍ରମ୍ପ୍ କହିଥିଲେ ଯେ, ଆମ ପାଖରେ କିଛି ବଡ ବିକଳ୍ପ ରହିଛି ଏବଂ ଆମେ ବୋଧହୁଏ ଅନେକ ଲୋକଙ୍କୁ ଖୁସି କରିପାରିବୁ କିନ୍ତୁ ସୁରକ୍ଷା ମଧ୍ୟ ଆମର ଆବଶ୍ୟକତା । ଆମକୁ ଚୀନ୍ ଠାରୁ ପୂରା ସୁରକ୍ଷା ଆବଶ୍ୟକତା ରହିଛି । ତେଣୁ ଏହାକୁ ଆମେ କିଣି କିଛି ଭଲ ଉପାୟରେ କାମରେ ଲଗାଇ ପାରିବା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024