ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅଧିକାଂଶ ଲୋକ ପନିର ଖାଇବାକୁ ବେଶ ପସନ୍ଦ କରିଥାନ୍ତିି । ଏହା ସ୍ୱାଦିଷ୍ଟ ସମେତ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । ଆପଣ ନିୟମିତ ଡାଇଟ ରେ ପନିର ସାମିଲ କରିପାରିବା ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଡାଇଟ ବାଲାନ୍ସ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।
ଅର୍ଥରାଇଟିସରେ ବି ପନିର ସେବନ ଫାଇଦା ହୋଇଥାଏ । ଏହାସହିତ ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ପନିର ଖୁବ୍ ଫାଇଦା ହୋଇଥାଏ, କାରଣ ଏଥିରେ ଥିବା ଓମେଗା୩ ଫ୍ୟାଟି ଏସିଡ ହୋମୋସିଷ୍ଟମ ସ୍ତରକୁ କମ କରିଥାଏ ।
ଏହାବ୍ୟତିତ ଯଦି ଆପଣଙ୍କ ରାତିରେ ନିଦ ଆସୁନି ବା ବାରମ୍ବାର ନିଦ ଭାଙ୍ଗି ଯାଉଛି ତେବେ ଶୀଘ୍ର ପନିର ଖାଇବା ଆରମ୍ଭ କରିଦିଅନ୍ତୁ । ଏହାଦ୍ୱାରା ନିଦ ଭଲ ହେବ । ପନିରରେ ଟ୍ରାଇପ୍ଟୋଫନ ଏମିନୋ ଏସିଡ ରହିଛି, ଯାହା ଚିନ୍ତା କମ କରିବା ସହିତ ନିଦ ଆଣିବାରେ ସହାୟକ ହୋଇଥାଏ ।
ଗର୍ଭବତୀର ପ୍ରାରମ୍ଭରେ ହେଉଥିବା ସାମାନ୍ୟ ସମସ୍ୟା ବି ଡାଇଟରେ ପନିର ସାମିଲ କରିବା ଦ୍ୱାରା କମ ହୋଇଯାଇଥାଏ । ପନିରରେ ଗୃପ-ବି ଭିଟାମିନ୍ସ ରହିଛି, ଯାହା ଶରୀରରେ କ୍ୟାଲସିୟମକୁ ସଠିକ ଭାବେ ଅବଶୋଷଣ କରିବାରେ ସହାୟକ ହୋଇଥାଏ ।