ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ କରିବା ଫଳରେ ରାଜ୍ୟସଭା ଅଧ୍ୟକ୍ଷ ୮ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସାଂସଦମାନଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି । ସୂନନାନୁଯାୟୀ, ଗତକାଲି ରାଜ୍ୟସଭାରେ କୃଷି ବିଲ ଆଗତ ହେବା ପରେ ଟିଏମସି ସାଂସଦ ଡେରେକ ଓବ୍ରାମନ ଗୃହର ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ନିକଟକୁ ଯାଇ ସଂସଦର ରୁଲବୁକ ଚିରି ଦେଇଥିଲେ ।
କେବଳ ସେତି କି ନୁହେଁ, ଉପାଧ୍ୟକ୍ଷଙ୍କ ମାଇକ ଛଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ ଭାଙ୍ଗି ଦେଇଥିଲେ । ତେବେ ଗୃହରେ ଏହିଭଳି ବିଶୁଙ୍ଖଳତାକୁ ଦେଖି ଅଧ୍ୟକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ଯାହାପରେ ଏହା ବାବଦରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ତେବେ କୃଷି ବିଲ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024