ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ପୋଷ୍ଟ ଅଫିସରେ ଲୋକେ ସେଭିଙ୍ଗ୍ସ ଆକାଉଣ୍ଟ ଖୋଲିଥାନ୍ତି । କିନ୍ତୁ ଏବେ ପୋଷ୍ଟ ଅଫିସରେ ଅନ୍ୟ ସୁବିଧାର ଲାଭ ଉଠାଇ ପାରିବେ ଲୋକେ । ସେଥିମଧ୍ୟରୁ ଏକ ସୁବିଧା ହେଉଛି ପାସପୋର୍ଟ । ସେହିଅନୁଯାୟୀ ଆପଣ ବିନା କୌଣସି ଚିନ୍ତାରେ ପୋଷ୍ଟ ଅଫିସର କମନ ସର୍ଭିସ ସେଣ୍ଟରରେ ଆବେଦନ କରିପାରିବେ । ଦସ୍ତାବିଜ୍ ଯାଞ୍ଚ କରିବାର ୧୫ ଦିନ ପରେ ପାସପୋର୍ଟ ମିଳିଯିବ । ତେବେ ଏହି ସୁବିଧାର ଲାଭ କିଭଳି ଉଠାଇବେ ଏବଂ କଣ ରହିଛି ଆବେଦନ ପ୍ରକ୍ରିୟା ଆସନ୍ତୁ ଜାଣିବା ।
ପାଇଲଟ ପ୍ରୋଜେକ୍ଟ ଭଳି ପୋଷ୍ଟ ଅଫିସରେ ପାସପୋର୍ଟ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ମିଡିଆ ରିପୋର୍ଟ ମୁତାବକ, ପ୍ରଥମ ପର୍ଯ୍ୟାୟରେ ଏହି ସେବା ୟୁପିର କିଛି ସହରରେ ଆରମ୍ଭ କରାଯାଉଛି । ପରବର୍ତ୍ତି ମୁହୁର୍ତ୍ତରେ ପୁରା ଦେଶରେ ଉପଲବ୍ଧ ହେବ । ପାସପୋର୍ଟ ପାଇଁ ଆପଣଙ୍କୁ ବିଭାଗର ଅଧିକାରିକ ୱେବସାଇଟରେ ନଜର ପଞ୍ଜିକରଣ କରିବାକୁ ହେବ । ଏହାପରେ ଆପଣଙ୍କୁ ପାସପୋର୍ଟ ପାଇଁ ଅନଲାଇନ ଫି ଏବଂ ଫର୍ମ ଦାଖଲ କରିବାକୁ ପଡିବ । ଏଭଳି କରିବା ପରେ ଆପଣଙ୍କୁ ତାରିଖ ଦିଆଯିବ । ସେହିଦିନ ଆପଣଙ୍କୁ ଆପଣଙ୍କର ସମସ୍ତ ଦସ୍ତାବିଜ୍ ଯେପରିକି ପରିଚୟ ପତ୍ର, ବାର୍ଥ ସାର୍ଟିଫିକେଟ, ହାଇସ୍କୁଲ ମାର୍କସିଟ, ଆଧାରକାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ରାସନକାର୍ଡ ଏବଂ ରୋଟାରୀ ଦ୍ୱାରା ତିଆରି କରାଯାଇଥିବା ଶପଥ ପତ୍ର ଆଦି ସ୍ଥାନୀୟ ପୋଷ୍ଟ ଅଫିସକୁ ନେଇ ଯିବାକୁ ପଡିବ । ଏହାପରେ ପୋଷ୍ଟ ଅଫିସରେ ସମସ୍ତ ଦସ୍ତାବିଜ୍ ଯାଞ୍ଚ କରାଯିବ । ଯଦି ଦସ୍ତାବିଜ ଠିକ୍ ଠାକ ଥିବ ତେବେ ସେମାନେ କମ୍ପୁଟର ପ୍ରକ୍ରିୟା ଶେଷ କରିବେ । ଯେଉଁଠି ଆପଣଙ୍କର ଫିଙ୍ଗର ପ୍ରିଣ୍ଟ, ରେଟିନା ସ୍କାନ ମାଧ୍ୟମରେ କରାଯିବ । ଏହି କାର୍ଯ୍ୟ ପାଇଁ ୧୫ ଦିନ ସମୟ ଲାଗିବ । ଯଦି ସବୁ କିଛି ଠିକ ଠାକ ଥିବା ତେବେ ଆପଣଙ୍କୁ ନିର୍ଦ୍ଧାରିତ ସମୟରେ ପାସପୋର୍ଟ ମିଳିଯିବ ।