ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଜିକାଲି ଦୁନିଆରେ ଲୋକଙ୍କ ପାଟିରୁ ସତ ବଦଳରେ ଖାଲି ମିଛ ବାହାରୁଛି । ପ୍ରତି ଛୋଟ ଛୋଟ କଥାରେ ମିଛ । ଏହି ମିଛ କହି କହି କିଛି ଲୋକ ପାପ କରି ବସିଥାନ୍ତି । ପାପ କରିବା ଠାରୁ ଅଧିକ ଗରୁତ୍ୱ ପାପକୁ ମାନିବା । ନିଜ ଭୁଲ ପାଇଁ ପଶ୍ଚ୍ୟାତାପ କରିବା ସବୁଠୁ ମୁଖ୍ୟ ହୋଇଥାଏ ।
ଯଦି କୌଣସି ବ୍ୟକ୍ତି ଅଜଣାତରେ ଭୁଲ କରୁଛି ତେବେ ତାଙ୍କୁ ସେଥିପାଇଁ ଧର୍ମ କାର୍ଯ୍ୟ କରିବା ଉଚିତ୍ । ସାଧରଣତଃ ବ୍ୟକ୍ତିଙ୍କ ପାଖରେ ସମସ୍ତ ସୁବିଧା ଥାଇ ମଧ୍ୟ ସେମାନେ ଗରମ ଦିନରେ ବିନା ପାଣିରେ ରହି ପାରନ୍ତି ନାହିଁ । କିନ୍ତୁ ପକ୍ଷୀମାନେ ପ୍ରତିଦିନ ନିଜ ଖାଦ୍ୟ ସଂଗ୍ରହ କରିବା ପାଇଁ ଖୁବ୍ ସଂଘର୍ଷ କରିଥାନ୍ତି ।
ପକ୍ଷୀମାନଙ୍କୁ ଦାନା-ପାଣି ଦେବାରେ ସବୁଠାରୁ ଅଧିକ ଫାଇଦା ହୋଇଥାଏ । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଠିକ୍ ରହିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କର ତାଙ୍କ ମାତା-ପିତାଙ୍କ ସହିତ ସାମାନ୍ୟ କଥାରେ ଝଗଡା ହେଉଛି,ତେବେ ସେମାନେ ନିୟମିତ ପକ୍ଷୀଙ୍କ ପାଇଁ ପାଣି ପିଇବାକୁ ରଖନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ ।
ପକ୍ଷୀମାନଙ୍କୁ ଦାନା-ପାଣି ଦେବା ଫଳରେ ଆପଣଙ୍କ ଜୀବନରେ ଏକ ସକରାତ୍ମକ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଘର ହସ ଖୁସିରେ ପୂରି ଉଠି ଥାଏ ।
Alaka Das
Good advice.