ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାର ସ୍ଥାପନା ଦିବସ ଅବସରରେ ଭିଡିଓ କନଫରନେସିଙ୍ଗ ଜରିଆରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହୋଇଛନ୍ତି ।
କାର୍ଯ୍ୟକ୍ରମ ଅବସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଜେପି ନଡ୍ଡା । ସେହିପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦିଲ୍ଲୀ ପ୍ରଭାରୀ ଶ୍ୟାମ ଜାଜୁ ସମେତ ଅନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଦିନଦୟାଲଙ୍କ ଜୟନ୍ତି ଅବସରରେ ମୋଦି କହିଛନ୍ତି କି, ଗୋଟେ ରାଷ୍ଟ୍ର, ସମାଜ ରୂପରେ ଭାରତକୁ ଦୃଢ କରିବା ପାଇଁ ଦିନଦୟାଲଙ୍କ ଯୋଗଦାନ ଯୁବପୀଢିକୁ ପ୍ରେରିତ କରିବ । ଦିନଦୟାଲ ଜୀ ଥିଲେ ଯିଏ ଭାରତର ରାଷ୍ଟ୍ରନୀତି, ଅର୍ଥନୀତି, ସମାଜନୀତି, ରାଜନୀତି ଉପରେ ସାମର୍ଥ୍ୟ ଅନୁଯାୟୀ ପ୍ରପସ୍ତୁ କରିବା ପାଇଁ କହୁଥିଲେ । ଏହାସହିତ ସେ ଏକ କୃଷି ବିଲ ବିରୋଧରେ କୃଷକ ଆନ୍ଦୋଳନ ବିରୋଧୀଙ୍କୁ ଜବାବ ଦେଇଥିଲେ ।
ମୋଦି ଆହୁରୀ ମଧ୍ୟ କହିଛନ୍ତି କି, କୃଷକଙ୍କୁ ଏଭଳି ଆଇନରେ ମତାଇ ରଖାଯାଇଛି, ଯାହା ଫଳରେ ସେମାନେ ନିଜ ଫସଲକୁ ନିଜ ମନ ଇଛାରେ ବିକ୍ରି କରି ପାରିବେ ନାହିଁ ।