ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସତରେ କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କହି ହେବନି । ଧନୀ ଲୋକଟି ଗରିବ ହୋଇପାରେ ଏବଂ ଗରିବଟି ଧନୀରେ ପରିବର୍ତ୍ତନ ହୋଇପାରେ । ଆଜି ଆମେ ଏକଥା ଏଥିପାଇଁ କହୁଛୁ କି କାରଣ ଜଣେ ୨୪ ବର୍ଷିୟ ଯୁବକ ଏବେ କୋଟିପତି । ଆଜ୍ଞା ହଁ କୋଚ୍ଚିରେ ରହୁଥିବା ଅନନ୍ତ ବିଜୟନ ନାମକ ୨୪ ବର୍ଷିୟ ଯୁବକଙ୍କର ୧୨ କୋଟି ଟଙ୍କାର ବମ୍ପର ଲଟେରୀ ଲାଗିଛି ।
ଯୁବକ ଜଣକ ପେଶାରେ ଏକ ମନ୍ଦିରର କ୍ଲର୍କ । ସେ ତାଙ୍କ ଭାଗ୍ୟ ପାଇଁ ଓନମ ବମ୍ପର ଲଟେରୀ ୩୦୦ ଟଙ୍କାରେ କିଣିଥିଲେ । କିନ୍ତୁ ତାଙ୍କ ଭାଗ୍ୟ ଏଭଳି ଚମକିକ ବୋଲି ସେ କେବେ ବି ବିଶ୍ୱାସ କରିନଥିଲେ । ଏବେ ସେ କୋଟିପତି ହୋଇଯାଇଛନ୍ତି । କୁହାଯାଉଛି କି ଟ୍ୟାକ୍ସି କଟିବା ପରେ ତାଙ୍କୁ ୭.୫ କୋଟି ଟଙ୍କା ମିଳିବ ।