ପୁରୀ (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ପୁରୀ ଶ୍ରୀମନ୍ଦିରରେ ଏପର୍ଯ୍ୟନ୍ତ ୪ ଶହରୁ ଅଧିକ ସେବାୟତ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି । ଏନେଇ ଚିନ୍ତାରେ ପ୍ରଶାସନ । ଏହାକୁ ଦୃଷ୍ଟରେ ରଖି ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି । ଆଗକୁ ଯେପରି କେରାନା ଅଧିକ ନବ୍ୟାପିବ ସେଥିପାଇଁ ନିୟମକୁ କଡାକଡି କରାଯାଇଛି । ସେହିଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଆଉ କେହି ପାନ, ଗୁଟକା ନେଇ ପାରିବେ ନାହିଁ । ଏଗୁଡିକ ନେବା ପାଇଁ ମନା କରାଯାଇଛି । ପାନ ଓ ଗୁଟକା ଛେପ ପଡିବାଦ୍ୱାରା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ ନିଆଯାଇଛି । ଯଦି କୌଣସି ସେବାୟତ ଶ୍ରୀମନ୍ଦିର ପରିସରର ପାନ ଓ ଗୁଟକା ଛେପ ପକାନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯି ବୋି କୁହାଯାଇଛି ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସପି ଏବଂ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ହୋଇଥିବା ବୈଠକରେ ନିଷ୍ପତି ନଆଯାଇଛି କି, ଯଦି କୌଣସି ସେବାୟତ ପାନ ଓ ଗୁଟକା ଖାଇ ଶ୍ରୀମନ୍ଦିର ପରିସରରେ ଛେପ ପକାନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ହେବ । ସେହିଅନୁଯାୟୀ ପାନ ଛେପ ପକାଇ ଥିବାର ପ୍ରଥମ ଓ ଦ୍ୱିତୀୟ ଥର ଧରା ପଡିଲେ ହଜାର ଟଙ୍କା ଏବଂ ତୃତୀୟ ଥର ପକାଇଥିବାର ଧରା ପଡିଲେ ୫ ହଜାର ଟଙ୍କା ଜରିମାନା ଗଣିବେ । ସେହିପରି ଶ୍ରୀମନ୍ଦିର ଭିତରକୁ ଯେପରି ପାନ ଓ ଗୁଟକା ନେଇ କୌଣସି ସେବାୟତ ଯାଇ ପାରିବେ ନାହିଁ କି ସେବନ କରି ମଧ୍ୟ ଯାଇ ପାରିବେ ନାହିଁ । ସେଥିପାଇଁ ଚାରିଦ୍ୱାରରେ ଚେକିଂ ଜୋରଦାର କରିବା ପାଇଁ କୁହାଯାଇଛି ।