ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଲଗାତର ଭାବେ ଜାରି ରହିଛି କରୋନା ପ୍ରକୋପ । ଆଜି ବି ଦେଶରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାର ୪୭୨ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୬୨ ଲକ୍ଷ ୨୫ ହଜାର ୭୬୩ ରେ ପହଁଚିଛି ।
ସେହିପରି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯,୪୦,୪୪୧ ଜଣ ଚିକିତ୍ସିତ ହେଉଥିବା ବେଳେ ୫୧,୮୭,୮୨୫ ଜଣ ସୁସ୍ଥ ହୋଈ ଘରକୁ ଫେରିସାରିଳେଣି । ଏହାସହିତ ଏପର୍ଯ୍ୟନ୍ତ ଏହି ମହାମାରୀରେ ୯୭,୪୯୭ ଜଣଙ୍କ ଜୀବନ ଗଲାଣି ।