ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆଜି ଏୟାର ଫୋର୍ସ ୱାନ ଭଳି ସୂରକ୍ଷିତ ବିମାନ ଭାରତ ମାଟିରେ ଲ୍ୟାଣ୍ଡିଂ କରିବ । ଏହି ବିମାନ୍ରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଙ୍କ ସମେତ ଉପରାଷ୍ଟ୍ରପତି ଯାତ୍ରା କରିବେ । ଏହି ବିମାନ ଭିଭିଆଇପିଙ୍କ ପାଇଁ ବ୍ୟବହାର ହେଉଥିବା ବୋଇଙ୍ଗ ବିମାନର ସ୍ଥାନ ନେବ ବୋଲି କୁହାଯାଉଛି ।
ରାଷ୍ଟ୍ରପତି ରାମନାଥ କୋବନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଯାତ୍ରା ପାଇଁ ୩ ଟି ବିମାନ କିଣି ଯାଉଛି, ସେଥିମଧ୍ୟରୁ ଗୋଟେ ବିମାନ ଭାରତକୁ ଆସୁଛି ।
ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇ କହିଥିଲେ କି, ସ୍ପୋଶାଲ ଏକ୍ସଟ୍ରା ସେକ୍ସନ ଫ୍ଲାଇଟ ସଂଚାଳନ ପାଇଁ ଦୁଇଟି ନୂତନ ବିମାନ କିଣିଯିବ । ସେଥିପାଇଁ ଆର୍ଥିକ ବର୍ଷ ୨୦୨୦-୨୧ ର ବଜେଟରେ ୮୧୦.୨୩ କୋଟି ଟଙ୍କାର ଆବଣ୍ଟନ କରାଯିବ ।